ଅନୁଗୁଳ:ଅନୁଗୁଳ ହୁଲୁରସିଂହା ବଢି ପାଣି ମଝିରେ ଫସିଲେ ବୃଦ୍ଧା । ଉଦ୍ଧାର କରିବାକୁ ଯାଇ ନାଳ ମଝିରେ ଥିବା ପଥରରେ ଅଟକି ରହିଲେ ଯୁବକ। ସୂଚନା ମୁତାବକ, ହୁଳୁରୁସିଂହା ଦେଇ ପ୍ରବାହିତ ଲିଙ୍ଗରା ନାଳରେ ଦୁଇ ଜଣ ଫସି ଯାଇଥିଲେ । ମଙ୍ଗଳବାର ସକାଳେ ଜଣେ ବୃଦ୍ଧା ନାଳକୁ ଶୌଚ ହେବାକୁ ଯାଇଥିବା ବେଳେ ବଢିପାଣି ମାଡି ଆସିଥିଲା। ବୃଦ୍ଧା ଜଣଙ୍କ ପ୍ରାଣ ବିକଳରେ ଏକ ପଥର ଉପରକୁ ଚଢି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ବୃଦ୍ଧାଙ୍କ ପାଖରେ ପହଂଚିଥିଲେ । ହେଲେ ସେ ମଧ୍ୟ ଫସି ଯାଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚିଲା। ଅଗ୍ନିଶମ ବିଭାଗର କର୍ମଚାରୀମାନେ ଦୁଇ ଘଣ୍ଟା କାଳ କସରତ କରିବା ପରେ ବୃଦ୍ଧା ଓ ଯୁବକଙ୍କୁ ଉଦ୍ଧାର କରିଥିଲେ ।
ଲିଙ୍ଗରା ବଢି ପାଣି ମଝିରେ ଫସିଲେ ବୃଦ୍ଧା
![You are currently viewing ଲିଙ୍ଗରା ବଢି ପାଣି ମଝିରେ ଫସିଲେ ବୃଦ୍ଧା](https://angultv.com/wp-content/uploads/2021/09/Screenshot_20210914-092054_WhatsApp-01.jpeg)
- Post published:September 14, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
Tags: Angul