ଅନୁଗୁଳ: ଅନୁଗୁଳ ସହରର ବିଭିନ୍ନ ଦୋକାନ ଉପରେ ଶୁକ୍ରବାର ବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍ ପକ୍ଷରୁ ଚଢ଼ାଉ କରାଯାଇଛି। ଅନୁଗୁଳ ତହସିଲଦାର ବିମଳ ଚନ୍ଦ୍ର ଲେଙ୍କାଙ୍କ ନେତୃତ୍ୱରେ ଏହି ଟିମ୍ ରାମଚଣ୍ଡୀ ଜୁଏଲର୍ସ ଉପରେ ଚଢାଉ କରିଥିଲା। ଏହି ସମୟରେ ଏହାର ମାପ ଯନ୍ତ୍ର ତନଖି କରାଯାଇଥିଲା। ଏହା ନବୀକରଣ କରାଯାଇ ନ ଥିବାରୁ ଦୋକାନ ଉପର ୧୦ ହଜାର ଟଙ୍କା ଜୋରିମନା କରାଯାଇଛି। ସେହିପରି କଳିଙ୍ଗ ମାର୍କେଟରେ ଥିବା ଏକ ମଦ ଦୋକାନ ଉପରେ ବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍ ଚଢାଉ କରିଥିଲା। ଏହି ସମୟରେ ଦୋକାନୀର କର୍ମଚାରୀ ୟୁନିଫର୍ମ ପିନ୍ଧି ନ ଥିଲେ ଆଇ-କାର୍ଡ ପକାଇ ନ ଥିଲେ ଏହସହିତ ମଦ ଦୋକାନରେ ଥିବା ଷ୍ଟକ ଓ ରେଜିଷ୍ଟରରେ ଲେଖାଥିବା ଷ୍ଟକ ମେଳ ଖାଇ ନ ଥିଲା। ତେଣୁ ଦୋକାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଥିବା ତହସିଲଦାର କହିଛନ୍ତି। ଆଗକୁ ଏହି ସ୍କ୍ୱାର୍ଡ ପକ୍ଷରୁ ଅନ୍ୟ ଦୋକାନ ଉପରେ ମଧ୍ୟ ଚଢାଉ କରାଯିବ ବୋଲି ସେ କହିଛନ୍ତି।
ବହୁମୁଖୀ ଶୃଙ୍ଖଳା ସ୍କ୍ୱାଡ୍ର ଚଢ଼ାଉ: ଜୁଏଲାରୀକୁ ୧୦ ହଜାର ଜରିମାନା, ମଦ କାଉଣ୍ଟରକୁ ନୋଟିସ୍
- Post published:June 18, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul