ଅନୁଗୁଳ: ଛେଣ୍ଡିପଦା କୋଇଲାଖଣି ନିକଟରେ ବାଜାପାର୍ଟିକୁ ନେଇ ଯାଉଥିବା ଭ୍ୟାନ୍ ଓଲଟିବା ଘଟଣାରେ ଜଣେ ଗୁରୁତର ଆହତଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗତ ୧୦ ତାରିଖରେ ବାଜାବାଲାଙ୍କୁ ବସାଇ ଏକ ପିକ୍ଅପ୍ ଭ୍ୟାନ୍ (ଓଡି୦୫ଏବି-୯୪୦୮) ନୂଆପଡ଼ାରୁ କଙ୍କରେଇ ଗାଁକୁ ଆସୁଥିଲା। ଏହି ବାଦ୍ୟକାର ଦଳ ଏକ ବରଯାତ୍ରୀ ଶୋଭାଯାତ୍ରାରେ ବାଜା ବଜାଇବାର ଥିଲା । ବାଟରେ ଛେଣ୍ଡିପଦା କୋଇଲା ଖଣି ନିକଟରେ ଭ୍ୟାନ୍ ଓଲଟି ପଡ଼ିଥିଲା। ଫଳରେ ବାଦ୍ୟକାରମାନଙ୍କ ମଧ୍ୟରୁ ୧୮ ଜଣ ଆହତ ହୋଇଥିଲେ। ତାଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିଲା । ସେଥିରୁ ବାରମଞ୍ଚା ଗାଁର ବି. ମୁଖୀ(୩୦)ଙ୍କର ଶୁକ୍ରବାର ରାତି ୧୦ଟାବେଳେ ନିଜ ଘରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି।
ବାଜାପାଟି ଗାଡ଼ି ଓଲଟିବା ଘଟଣା, ଜଣେ ଆହତଙ୍କ ମୃତ୍ୟୁ
- Post published:March 21, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Sanjeeb Biswal
