ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ସୁସୁଡ଼ା ପଞ୍ଚାୟତର ଏକାଧିକ କର୍ମୀ

You are currently viewing ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ସୁସୁଡ଼ା ପଞ୍ଚାୟତର ଏକାଧିକ କର୍ମୀ

ଅନୁଗୁଳ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଲେ ଅନୁଗୁଳ ବିଧାନସଭା ନିର୍ବାଚନ ମଣ୍ଡଳୀର ୩ ନମ୍ବର ଜୋନ୍ ସୁସୁଡା ପଞ୍ଚାୟତର ଏକାଧିକ କର୍ମୀ।
ଆଙ୍କୁଲାର ବିଜେଡି ଦଳର ଯୁବନେତା ଦୁଃଖବନ୍ଧୁ ସାହୁ, ସତ୍ୟ ସାହୁ, ରାଜେଶ ସେନାପତି, ଚଗଲା ସାହୁ, ଏକାଦଶିଆ ସାହୁ, ସିବୁଲୁ ସାହୁ, ତାପସ ବେହେରା, ତନ୍ମୟ ବେହେରା, ଚନ୍ଦନ ବେହେରା, ବବୁଲ ବେହେରା, ଘୁଡୁ ସାହୁ ସୁବ୍ରତ ବିଶ୍ଵାଳ, ନରୋତ୍ତମ ସାହୁ, ଅନିଲ ସାହୁ, ଜିକୁ ସାହୁ, ଜେପି ସାହୁ, ବାପୁଲ୍ ସାହୁ ଓ ବହୁ କର୍ମକର୍ତ୍ତା ଆଜି ଭାରତୀୟ ଜନତା ପାର୍ଟି ( ବିଜେପି) ରେ ଯୋଗଦାନ କରିଛନ୍ତି।

ଏ ଅବସରରେ ସୁସୁଡାର ସରପଞ୍ଚ ତପନ ମହାପାତ୍ର, ବିଜେପି ନେତା ରଞ୍ଜନ ସାହୁ, ସଞ୍ଜୟ ନାଏକ, ଦେବାଶିଷ ସାହୁ , ସଞ୍ଜୟ ସାହୁ, ସନାତନ ନାଏକ, ସଞ୍ଜୟ ସାହୁ, ଦର୍ଶନୀ ସାହୁ, ଲିପୁ ସାହୁ, ସନ୍ତୋଷ ସାହୁ, ଅଗାଧୁ ସାହୁଙ୍କ ସମେତ ଦଳର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଏହି ଯୋଗ ଦାନ ପରେ ସୁସୁଡା ପଞ୍ଚାୟତରେ ଦଳ ଆହୁରି ସୁଦୃଢ ହେବ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ କହିଥିଲେ।

Share

Leave a Reply