ଅନୁଗୁଳ: ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅନୁଗୁଳ ଗସ୍ତରେ ଆସି ରାଣୀଗୋଡ଼ା ଜିଲ୍ଲା କାର୍ଯ୍ୟାଳୟରେ ସାମ୍ବାଦିକମାନଙ୍କୁ ଭେଟିଥିଲେ। ସେଠାରେ ସେ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗକୁ ସମାଲୋଚନା କରିବା ସହ ପରୀ ଘଟଣାର ରାଜ୍ୟ ସରକାରଙ୍କ ଭୂମିକାକୁ ତୀବ୍ର ନିନ୍ଦା କରିଥିଲେ। ଶିଶୁମାନେ ଏବେ ସୁରକ୍ଷିତ ନୁହଁନ୍ତି। ପ୍ରତିଦିନ ରାଜ୍ୟରେ କେହି ନା କେହି ଶିଶୁ ନିଖୋଜ ହେଉଛନ୍ତି। ସେମାନଙ୍କ ପତ୍ତା ପାଉନାହିଁ ପୁଲିସ୍। ସେଥି ମଧ୍ୟରୁ ଅନେକଙ୍କୁ ଧର୍ଷଣ ଓ ହତ୍ୟା କରାଯାଉଛି। ଏଭଳି ଘଟଣାରେ ରାଜ୍ୟ ସରକାରଙ୍କ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଥିଲେ ସମୀର ମହାନ୍ତି। ବିଜେପି ରାଜ୍ୟ ସରକାରଙ୍କ କୁଶାସନ ଓ ଭ୍ରଷ୍ଟାଚାର ବିରୋଧରେ ରାଜ୍ୟବ୍ୟାପୀ ଜନସଚେତନତା ସୃଷ୍ଟି କରିବ ବୋଲି ଶ୍ରୀ ମହାନ୍ତି କହିଥିଲେ। ଏହି ସଭାରେ ଜିଲ୍ଲା ସଭାପତି ଦିଲେଶ୍ବର ପ୍ରଧାନ, ରାଜ୍ୟ ସ˚ପାଦକ କାଳନ୍ଦୀ ସାମଲ, ପୂର୍ବତନ ସା˚ସଦ ରୁଦ୍ରନାରାୟଣ ପାଣି, ଅଗସ୍ତି ବେହେରା, ପ୍ରତାପ ପ୍ରଧାନଙ୍କ ସମେତ ବହୁ ବିଜେପି ନେତା ଯୋଗ ଦେଇଥିଲେ।
ବିଜେପି ରାଜ୍ୟ ସଭାପତିଙ୍କ ଅନୁଗୁଳ ଗସ୍ତ
- Post published:December 17, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
