ଅନୁଗୁଳ : ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା ହୋଇଥିବା ଭାରତୀୟ ଜନତା ପାର୍ଟି ଅଭିଯୋଗ କରିଛି। ଆଜି ସ୍ଥାନୀୟ ପାଳଲହଡ଼ା ବ୍ଲକରେ ଏନେଇ ବିଜେପି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଏଠାକୁ ଆସିଥିବା ୩,୬୦୦ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ୧୫୦୦ ଘର ହେରଫେର ହୋଇଥିବା ନେଇ ଅଭିଯୋଗ କରିଛି ବିଜେପି। ରାଜ୍ୟ ସରକାରଙ୍କ ଦୁର୍ନୀତିକୁ ନେଇ ବିଜେପି ପକ୍ଷରୁ ପାଳଲହଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ବିରୋଧରେ ନାରାବାଜି କରାଯାଇଛି। ଏଥିସହ ଯୋଗ୍ୟ ହିତାଧିକାରୀଙ୍କୁ ଯଥା ଶୀଘ୍ର ଘର ଯୋଗାଇ ଦେବା ପାଇଁ ବିଡ଼ିଓଙ୍କୁ ତାଗିଦ କରିଛି ବିଜେପି। ଯଦି ବିଡ଼ିଓ ଏହାର ବ୍ୟବସ୍ଥା ନ କରିବେ, ତେବେ ଆଗାମୀ ଦିନରେ ବ୍ଲକ୍ ଅଫିସ୍ ତାଲା ପକାଯିବ ବୋଲି ବିଜେପି ପକ୍ଷରୁ ଚେତାବନୀ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ଆବାସରେ ବଡ଼ ଘୋଟାଲା, ପାଳଲହଡ଼ା ବ୍ଲକ ଅଫିସ୍ ଘେରିଲା ବିଜେପି
- Post published:February 8, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
