ବିଦ୍ୟୁତ କର୍ମଚାରୀ ସଂଘର ପ୍ରତିଷ୍ଠା ଦିବସରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗୃହୀତ

0

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ବିଦ୍ୟୁତ୍ ପ୍ରକଳ୍ପର ଦୀପତରଙ୍ଗ କ୍ଲବ ଠାରେ ମଙ୍ଗଳବାର ବିଦ୍ୟୁତ କର୍ମଚାରୀ ସଂଘ ସହବନ୍ଧିତ ଭାରତୀୟ ମଜଦୁର ସଂଘ (ବିଏମଏସ)ର ୭୦ତମ ପ୍ରତିଷ୍ଠା ଦିବସ ଆୟୋଜିତ ହୋଇଛି।

କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରକଳ୍ପର ଜିଏମ ଓ ଆଣ୍ଡ୍ ଏମ୍ ସତ୍ୟ ରାମକୃଷ୍ଣ ,ଏ.ଜେ ରାଜକୁମାର, ହେଡ଼ ଅଫ ଏଚଆର ନବନିତ୍ କୁମାର, ମୁଖ୍ୟ ବକ୍ତା ଭାବେ ବିଏମଏସ ରାଜ୍ୟ ଅଧ୍ୟକ୍ଷ ବାଦଲ କୁମାର ମହାରଣା, ସମ୍ମାନିତ ଅତିଥି ଭାବେ ବିଏମଏସ ଜିଲ୍ଲା ସାଧାରଣ ସମ୍ପାଦକ ଅଜୟ କୁମାର ପାଢ଼ୀ, କଣିହାଁ ତହସିଲଦାର ଚିନ୍ମୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ବିଦ୍ୟୁତ୍ କର୍ମଚାରୀ ସଂଘ ସମ୍ପାଦକ ଶୁଭେନ୍ଦୁ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।

ଏ ଅବସରରେ ସଂଘ ପକ୍ଷରୁ ଏକ ରକ୍ତ ଦାନ ଶିବିର ଆୟୋଜନ କରାଯାଇଥିଲା। ତାଳଚେର ରକ୍ତଭଣ୍ଡାର ପକ୍ଷରୁ ୬୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସଂଘ ସଭାପତି ବିରେନ୍ଦ୍ର କୁମାର କାନୁନଗୋ, ଅଶୋକ ସାହୁ, ଦୟାନିଧି ଗଡ଼ନାୟକ, ପଞ୍ଚାନନ ସାହୁ, ସରୋଜ ସାହୁ, ଦଶରଥ ସାହୁ, ପ୍ରଶାନ୍ତ ବେହେରା, ହୃଦାନନ୍ଦ ସାହୁ, ବିନୋଦ ସାହୁ, ମଦନ ସାହୁ, ସନାତନ ସାହୁ, ଯଦୁମଣି ସାହୁ, ରମାକାନ୍ତି ପ୍ରଧାନ, ଦୀପ୍ତିମୟୀ ସାହୁ, ଅଶାନ୍ତି ରାଉଳଙ୍କ ସମେତ ବିଦ୍ୟୁତ୍ କର୍ମଚାରୀ ସଂଘର ଅନ୍ୟାନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!