ଅନୁଗୁଳ: ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ଥମିବାର ନାଁ ନେଉନି ବେଆଇନ୍ ବ୍ରାଉନ୍ସୁଗର କାରବାର। ଏହି ମାରାତ୍ମକ ନିଶା ଏବେ ଗଳିକନ୍ଦିରେ ମିଳୁଛି । ଶନିବାର ପୂର୍ବାହ୍ନରେ ନାଲ୍କୋ ଥାନା ପୁଲିସ୍ ଚଢ଼ାଉ କରି ୪ ଗ୍ରାମ ବ୍ରାଉନ୍ସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା, ନାଲକୋ ଥାନା କନ୍ୟାବେଡ଼ା ତଳସାହି ଅଞ୍ଚଳର ଅନିଲ ସାହୁ(୨୬) । ଅଭିଯୁକ୍ତ ଅନିଲ ଦୀର୍ଘଦିନ ହେବ ଏହି ଚୋରା କାରବାର କରି ଆସୁଥିଲା । ଅଧିକାଂଶ ସମୟରେ ସେ ନିଜ ପାଖରେ ବ୍ରାଉନ୍ସୁଗର ରଖୁଥିଲା । ଏବଂ କୋଡରେ ମାଗିଲେ ବଢ଼ାଇ ଦେଉଥିଲା । ଶନିବାର ପୂର୍ବାହ୍ନରେ ପୁଲିସ୍ ଚଢ଼ାଉ କରି ତଲାସୀ କଲା ବେଳେ ତା’ଠାରୁ ବ୍ରାଉନ୍ସୁଗର ମିଳିଥିଲା । ପୁଲିସ୍ ବ୍ରାଉନ୍ସୁଗର ଜବତ କରିବା ସହ ଅନିଲକୁ ଗିରଫ କରିଥିଲା। ।
ବ୍ରାଉନ୍ସୁଗର ଜବତ, ଯୁବକ ଗିରଫ
- Post published:March 21, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
