ସାଙ୍ଗ ହୋଇ ଫୁଲ ତୋଳିଲେ ସୁନଚେନ୍ ଝାମ୍ପିନେଲେ

You are currently viewing ସାଙ୍ଗ ହୋଇ ଫୁଲ ତୋଳିଲେ ସୁନଚେନ୍ ଝାମ୍ପିନେଲେ

ଅନୁଗୁଳ: ଗୁରୁବାର ବଡି ଭୋର୍ ସମୟରେ ତାମରିତ୍ କଲୋନୀ ନିକଟ ଶୀତଳ ବିହାରରେ ଜଣେ ବୃଦ୍ଧାଙ୍କ ବେକରୁ ସୁନା ଚେନ୍ ଦୁର୍ବୃତ୍ତ ନେଇଯାଇଥିବା ଜଣା ପଡ଼ିଛି। ସୂଚନା ଅନଯାୟୀ, ସତୁରୀ ବର୍ଷ ବୟସ୍କ
ବୃଦ୍ଧା କିରଣବାଳା ଦାଶ ଭୋର୍ ୫:୩୦ ସମୟରେ ଘର ପାଖରେ ଥିବା ଏକ ଗଛରୁ ଫୁଲ ତୋଳୁ ଥିବା ବେଳେ ସାମନା ପଟୁ ଜଣେ ଯୁବକ ବାଇକରେ ଆସି ସେଠାରେ ଅଟକି ଥିଲେ। ସେ ମଧ୍ୟ ଶ୍ରୀମତୀ ଦାଶଙ୍କ ସହ ମିଶି ଫୁଲ ତୋଳି ବାର ଅଭିନୟ କଲେ। ଶ୍ରୀମତୀ ଦାଶ ଅନ୍ୟମନସ୍କ ଥିବା ଜାଣି ଯୁବକ ଜଣକ ହଠାତ୍ ଶ୍ରୀମତୀ ଦାଶଙ୍କ ବେକରୁ ଅଢେଇ ଭରୀ ଓଜନର ସୁନା ଚେନ ଛିଣ୍ଡାଇ ନେଇ ପଳାଇଥିଲେ। ବୃଦ୍ଧା ପାଟି କରିଥିଲେ ମଧ୍ୟ ଯୁବକ ଜଣକ ଆଖି ପିଛୁଳାକେ ଚମ୍ପଟ ମାରିଥିଲେ । ଅନୁଗୁଳ ସହର ଓ ଆଖପାଖ ଅଞ୍ଚଳରେ କିଛିଦିନ ହେବ ଛିନତାଇ ବୃଦ୍ଧି ପାଇଛି ।

Share

Leave a Reply