ତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

You are currently viewing ତାଳଚେର ବଙ୍ଗାଳିତଇଳାରେ ନୃଶଂସ ହତ୍ୟାକାଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବଙ୍ଗାଳିତଇଳାରେ ଗାଁରେ ଶୁକ୍ରବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ପାରିବାରିକ କଳହ ଯୋଗୁଁ ସ୍ୱାମୀ ଟାଙ୍ଗିଆରେ ହାଣି ସ୍ତ୍ରୀକୁ ହତ୍ୟା କରିଛି । ସୂଚନା ଅନୁସାରେ, ସ୍ତ୍ରୀ ହୀନ ବେହେରାଙ୍କ ଚରିତ୍ରକୁ ନେଇ ସ୍ବାମୀ ଜୀବନ ବେହେରା ସନ୍ଦେହ ପ୍ରକଟ କରି ନିତି ଝଗଡ଼ା କରେ। ଗତକାଲି ଭୋର୍ ବେଳେ ଝଗଡାରୁ ଉତକ୍ଷିପ୍ତ ହୋଇ ଜୀବନ ଏକ ଟାଙ୍ଗିଆରେ ତାଙ୍କ ସ୍ତ୍ରୀ ଉପରେ ଚୋଟ ପକାଇଥିଲା ହୀନଙ୍କ ଗଣ୍ଡିରୁ ମୁଣ୍ଡ ଛିଣ୍ଡିଯାଇ ଥିଲା। ତାଳଚେର ଥାନା ଆଇଆଇସି ସତ୍ୟବ୍ରତ ରାଉତଙ୍କ ନେତୃତ୍ୱରେ ପୁଲିସ ଟିମ୍ ପହଞ୍ଚି ତଦନ୍ତ କରିଥିଲେ। ସାଇଣ୍ଟଫିକ୍ ତଦନ୍ତରେ ସହାୟତା କରିଥିଲା। ଅଭିଯୁକ୍ତ ସ୍ୱାମୀ ଜୀବନକୁ ଗିରଫ କରଯାଇଥିଲା ବେଳେ ଟାଙ୍ଗିଆ ଜବତ ହୋଇଛି।

Share

Leave a Reply