ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ୬ ଆରୋହୀ

You are currently viewing ବ୍ରିଜରୁ ୨୦ ଫୁଟ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ୬ ଆରୋହୀ

ଅନୁଗୁଳ: ଛେଣ୍ତିପଦାରୁ ଅନୁଗୁଳ ଦେଇ ଜାଇଥିବା ରାଜ୍ୟ ରାଜପଥରେ ସିଆରିମାଳିଆ ବ୍ରିଜରୁ ଏକ କାର ୨୦ ଫୁଟ ତଳକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ କାରରେ ଥିବା ୬ ଜଣ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇଥିବା ବେଳେ ୫ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନା ମୁତାବକ, ସ୍ଥାନୀୟ ବ୍ରାହ୍ମଣୀପଦା ଅଞ୍ଚଳର ଗଗନ ବିହାରୀ ପ୍ରଧାନ ତାଙ୍କ ପରିବାର ସହ ଦେବଗଡ ଜିଲ୍ଲା ଛତାବରକୁ ଜଣେ ସମ୍ପର୍କୀୟଙ୍କ ବାହାଘରକୁ ଯାଇଥିଲେ। ଆଜି ସେ ସକାଳେ ନିଜ କାର ( OD19R9071) ଯୋଗେ ଫେରୁଥିବା ସମୟରେ ସରଳିଆ ପେଟ୍ରୋଲ ପମ୍ପ ନିକଟ ସିଆରିମାଳିଆ ବ୍ରିଜର ବୁଲାଣିରେ ଭାରସାମ୍ୟ ହରାଇ ବ୍ରିଜର ୨୦ଫୁଟ ତଳକୁ ଖସି ପଡ଼ିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ କାରରୁ ଗଗନ, ତାଙ୍କ ସ୍ତ୍ରୀ ରଶ୍ମିତା ପ୍ରଧାନ, ପୁଅ ଶାଶ୍ୱତ ପ୍ରଧାନ, ଝିଅ ଶ୍ରୀଲିପ୍ତା ପ୍ରଧାନ, ପୁତୁର ଦେବୀ ପ୍ରସାଦ ମାଝୀ ଓ ଚାଳକ ବାବୁଲାଲଙ୍କୁ ଉଦ୍ଧାର କରିଥିଲେ। ଦୁର୍ଘଟଣାରେ ଚାଳକ ବାବୁଲାଙ୍କୁ ସାମାନ୍ୟ ଆଘାତ ଲାଗିଥିବାରୁ ତାଙ୍କୁ ତୁରନ୍ତ ଛେଣ୍ତିପଦା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଖବରପାଇ ଛେଣ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।

 

Share

Leave a Reply