ଛେଣ୍ଡିପଦା ଗଞ୍ଜେଇ ଚାଷ ଅଞ୍ଚଳ ଏବେ ଖଣି ପାଲଟିଵ

You are currently viewing ଛେଣ୍ଡିପଦା ଗଞ୍ଜେଇ ଚାଷ ଅଞ୍ଚଳ ଏବେ ଖଣି ପାଲଟିଵ

ଅନୁଗୁଳ: ତାଳଚେର ଅଞ୍ଚଳରୁ କୋଇଲା ସରି ସରି ଆସୁଥିବା ବେଳେ ଏବେ ସାରା ଦେଶର ନଜର ଅନୁଗୁଳର ଛେଣ୍ଡିପଦା ଉପରେ।ଛେଣ୍ଡିପଦା ବ୍ଲକର ଗୋଟିଏ ପରେ ଗୋଟିଏ ଖଣି ସରକାର ନିଲାମ କରୁଛନ୍ତି। ଏବେ ଏବେ ନେଭେଲି ଲିଗ୍ନାଇଟ କର୍ପୋରେସନ ମାଛକୁଟା ରିଭାଇଜଡ୍ କୋଲ୍ ବ୍ଲକ୍ କୁ ସର୍ବାଧିକ ବିଡର ଭାବେ ହାତେଇ ନେଇଛି।

ଏହି କୋଲ୍ ବ୍ଲକରେ ୧.୪ ବିଲିଅନ ଟନ କୋଇଲା ଗଚ୍ଛିତ ଅଛି। ପ୍ରାରମ୍ଭିକ ଭାବେ ଏହି ଭାରତ ସରକାରଙ୍କ କମ୍ପାନୀ ବର୍ଷକୁ ୩୦ ମିଲିୟନ ଟନ କୋଇଲା ଉତ୍ପାଦନ କରିବ। ଧୀରେ ଧୀରେ ଏହାକୁ ବୃଦ୍ଧି କରି ୨୦୩୦ ସୁଦ୍ଧା ବର୍ଷକୁ ୧୦୦ ମିଲିୟନ ଟନ କୋଇଲା ଉତ୍ପାଦନ କରିବ। ଏହି କୋଲ୍ ବ୍ଲକ ପ୍ରାୟ ୨୦ ବର୍ଗ କିମି ପରିମିତ ଅଞ୍ଚଳରେ ରହିଛି। ସେହିଭଳି ନିଉ ପାତ୍ରପଡ଼ା ସାଉଥ୍ କୋଲ୍ ବ୍ଲକ୍ ନିଲାମ ସରିଛି। ଏଠାରେ ୭୨୦.୮୭ ମିଲିୟନ ଟନ କୋଇଲା ଗଚ୍ଛିତ ଥିବା ବେଳେ ବର୍ଷକୁ ୧୨ ମିଲିୟନ ଟନ କୋଇଲା ଉତ୍ପାଦନ କରିବ। ଖୁବ୍ ଶୀଘ୍ର କମ୍ପାନୀ ସଂପୃକ୍ତ ଅଂଚଳରେ ପ୍ରାରମ୍ଭିକ କାର୍ଯ୍ୟକ୍ରମ ଆରମ୍ଭ କରିବ।

Share

Leave a Reply