ଦାମ୍ପତ୍ୟ ସମସ୍ୟାକୁ ନେଇ ଦାଦା ପୁତୁରା ବାଡ଼ାବାଡ଼ି: ଚର୍ଚ୍ଚାରେ ମଦ ବ୍ୟବସାୟୀ ବିକ୍ରମ

0

ଅନୁଗୁଳ: ଦାମ୍ପତ୍ୟ ସମସ୍ୟାକୁ କେନ୍ଦ୍ର କରି ଅନୁଗୁଳର ପ୍ରତିଷ୍ଠିତ ମଦ ବ୍ୟବସାୟୀ ବିକ୍ରମ ସାହୁ ଓ ତାଙ୍କ ପୁତୁରାଙ୍କ ମଧ୍ୟରେ ମାଡ ପିଟ୍ ମାମଲା ଏବେ ଅନୁଗୁଳ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅନୁଗୁଳ ସଦର ଥାନାରେ ଅଭିଯୋଗ ଅନୁସାରେ କରଡ଼ାଗାଡ଼ିଆର ରାଜ ସାହୁଙ୍କ ପୁଅ ବିଶ୍ୱଜିତ୍ ଅମ୍ବିକା ପ୍ରସାଦ ସାହୁଙ୍କ ଗତ କିଛିଦିନ ଧରି ଦାମ୍ପତ୍ୟ ସମସ୍ୟା ରହିଥିଲା। କଟକ ବାପ ଘରକୁ ପଳାଇଥିବା ବିଶ୍ୱଜିତ୍ ଙ୍କ ପତ୍ନୀ ଆଉ ଅନୁଗୁଳ ଫେରୁ ନଥିଲେ। ତେବେ ଏ ବାହାଘରର ମଧ୍ୟସ୍ଥି ଦାଦା ବିକ୍ରମ ସାହୁଙ୍କୁ ବିଶ୍ୱଜିତ୍ ଅନୁରୋଧ କରି ସମସ୍ୟା ତୁଟାଇବାକୁ କହିଥିଲେ।

ତେବେ ବିକ୍ରମ ଏଥିରେ ମୁଣ୍ଡ ପୁରାଉ ନ ଥିଲେ।ବରଂ ବିଶ୍ୱଜିତ୍ ଙ୍କ ଶ୍ଵଶୁର ଘର ସହ ତାଙ୍କ ମଧୁର ସମ୍ପର୍କ ତାଙ୍କୁ କ୍ଷୁବ୍ଧ କରିଥିଲା। ତେଣୁ ଗତ ୧୦ ତାରିଖରେ ସେ ଦାଦାଙ୍କୁ କାହିଁକି ସମସ୍ୟାର ସମାଧାନ କରୁନାହାନ୍ତି ବୋଲି
ପଚାରିଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ବିକ୍ରମ ସାହୁ ତାଙ୍କୁ ଆକ୍ରମଣ କରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ କରିଛନ୍ତି। ପୋଲିସ ଏତଲା ପାଇ ବିକ୍ରମ ସାହୁଙ୍କ ବିରୁଦ୍ଧରେ ଆଇପିସିର ଧାରା ୩୪୧,୩୨୩ ଓ ୫୦୬ ଦଫା ଲଗାଇ ମାମଲା ରୁଜୁ କରିଛି। ଅନ୍ୟ ପକ୍ଷରେ ବିକ୍ରମ ସାହୁ ଥାନାରେ ଅଭିଯୋଗ କରିଛନ୍ତି କି ତାଙ୍କ ପୁତୁରା ବିଶ୍ୱଜିତ୍ ଓ ତା ସାନଭାଇ ରଞ୍ଜିତ ବିନା କାରଣରେ ତାଙ୍କ ଉପରେ ଆକ୍ରମଣ କରିଥିଲେ। ପୋଲିସ ଉଭୟ ମାମଲା ଉପରେ ତଦନ୍ତ ଚଳାଇଛି।ତେବେ ପୁତୁରାର ବାହାଘରରେ ମଧ୍ୟସ୍ଥି ସାଜି ଦାଦା ବିକ୍ରମ ସାହୁ ହରଡଘଣାରେ ପଡ଼ିବା ଏବେ ସହର ସାରା ଚର୍ଚ୍ଚାର ବିଷୟ ହୋଇଚି ।

Leave A Reply

Your email address will not be published.

error: Content is protected !!