‘ଅପରେସନ୍‌ ସିନ୍ଦୁର’କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ପଟ୍ଟନାୟକଙ୍କ ପ୍ରଶଂସା, ସେନାକୁ ଜଣାଇଲେ ଶୁଭକାମନା

You are currently viewing ‘ଅପରେସନ୍‌ ସିନ୍ଦୁର’କୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନବୀନ ପଟ୍ଟନାୟକଙ୍କ ପ୍ରଶଂସା, ସେନାକୁ ଜଣାଇଲେ ଶୁଭକାମନା

ଭୁବନେଶ୍ବର: ଜମ୍ମୁ-କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରେ ଭାରତର ‘ଅପରେସନ୍ ସିନ୍ଦୂର’ ଆରମ୍ଭ ହୋଇଛି। ଏଥିରେ ପାକିସ୍ତାନ ଏବଂ ପିଓକେ ସ୍ଥିତ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇଛି। ନିପାତ ହୋଇଛନ୍ତି ଶତାଧିକ ଆତଙ୍କୀ। ଏହାକୁ ପ୍ରଶଂସା କରିଛନ୍ତି ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ୍ସ’ରେ ଖୁସିବ୍ୟକ୍ତ କରି କହିଛନ୍ତି, ଆମ ସଂସ୍କୃତିରେ ‘ସିନ୍ଦୂର’କେବଳ ପରମ୍ପରା ନୁହେଁ, ଏହା ତ୍ୟାଗ ଏବଂ ସଂକଳ୍ପର ପ୍ରତୀକ। ଏହି ଭାବନା ଆମ ସୈନିକମାନଙ୍କ ମନରେ ମଧ୍ୟ ରହିଛି। ଭାରତ ବର୍ତ୍ତମାନ କେବଳ ପ୍ରତିରକ୍ଷା କରୁନାହିଁ ବରଂ ସଂପୂର୍ଣ୍ଣ ଭାବରେ ଆତଙ୍କବାଦକୁ ଉଚ୍ଛେଦ କରିବାକୁ ଆଗେଇ ଚାଲିଛି। ଆମେ ସେନାର ସାହସକୁ ନମନ କରୁଛୁ। ଆମେ ସେନା ସହିତ ଅଛୁ। ଆମେ ସେନାର ବିଜୟରେ ବିଶ୍ୱାସ କରୁଛୁ ଆତଙ୍କବାଦ ଉପରେ ପ୍ରତ୍ୟେକ ଆକ୍ରମଣ ଏକ ବାର୍ତ୍ତା, ଆମେ ଆମର ସାର୍ବଭୌମତ୍ୱ ପ୍ରତି ବିପଦକୁ ସହ୍ୟ କରିବୁ ନାହିଁ ।

ସେହିପରି ନବୀନ ପଟ୍ଟନାୟକ ଭାରତୀୟ ସେନାର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ଓ ଭାରତୀୟ ସେନାକୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply