ସିଏମ୍ ଟ୍ରଫି ଭଲିବଲ୍: ବାଳକରେ କଣିହାଁ ବାଳିକାରେ ତାଳବାହାଳ ବିଜୟୀ

You are currently viewing ସିଏମ୍ ଟ୍ରଫି ଭଲିବଲ୍: ବାଳକରେ କଣିହାଁ ବାଳିକାରେ ତାଳବାହାଳ ବିଜୟୀ

ଅନୁଗୁଳ: ଗତ ୬ ଓ ୭ ତାରିଖ ଦୁଇ ଦିନ ଧରି ଭଲିବଲ୍ ପଡ଼ିଆରେ ଆୟୋଜିତ ୧୪ ବର୍ଷରୁ କମ ସିଏମ୍ ଟ୍ରଫି ଭଲି ବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି। ଜାତୀୟ ଭଲିବଲ ଖେଳାଳୀ ଏସକେ ପାଣି ପ୍ରତିଯୋଗିତାକୁ ଉଦଘାଟନ କରିଥିବା ବେଳେ ଜିଲ୍ଲା କ୍ରୀଡା ଅଧିକାରୀ ଅକ୍ଷୟ କୁମାର ସିଠ ଉଦଯାପନ ଦିବସରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ।

ଭଲି ବାଳକ ବିଭାଗ ଫାଇନାଲରେ ଡିଏଭି କଣିହାଁ ଅନୁଗୁଳ କେନ୍ଦ୍ରୀୟ ବିଦ୍ୟାଳୟ (୧ )କୁ ହରାଇ ଚମ୍ପିୟାନ ହୋଇଥିଲା।ସେହିଭଳି ବାଳିକା ବିଭାଗରେ ତାଳବାହାଳ କନ୍ତପଡ଼ାକୁ ହରାଇ ଚମ୍ପିୟାନ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଡ଼ା ଗୌରଗୋବିନ୍ଦ ସାମନ୍ତ,ସଦସ୍ୟ ରମେଶ ସାହୁ,ରୁଚିର ଦାସ,ବସନ୍ତ ଦାସ,କ୍ରୀଡ଼ାବିତ୍ ନୀଳମଣି ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଆଶୁତୋଷ ପାତ୍ରଙ୍କ ନେତୃତ୍ୱରେ ଓଡ଼ିଶା ଭଲି ବଲ୍ ଆସୋସିଏସନର ରେଫରୀ ମାନେ ପ୍ରତିଯୋଗିତା ପରିଚାଳନା କରିଥିଲେ ।

Share

Leave a Reply