ତାଳଚେର ଏନଟିପିସିରେ କୋଇଲା ବଙ୍କର ବିସ୍ଫୋରଣ: ୫ ଆହତ, ଉଚ୍ଚସ୍ତରୀୟ କମିଟି ଗଠନ

You are currently viewing ତାଳଚେର ଏନଟିପିସିରେ କୋଇଲା ବଙ୍କର ବିସ୍ଫୋରଣ: ୫ ଆହତ, ଉଚ୍ଚସ୍ତରୀୟ କମିଟି ଗଠନ

ଅନୁଗୋଳ: ସ୍ଥାନୀୟ କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ଗତକାଲି ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ ପ୍ଲାଣ୍ଟର ୧ ନମ୍ବର ସିଏଚପି ବଙ୍କରରେ ହଠାତ୍ ବିସ୍ଫୋରଣ ହୋଇଛି। ଏହି ଦୁର୍ଘଟଣାରେ ସେଠାରେ କାର୍ଯ୍ୟରତ ୫ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି।

ପ୍ରାଥମିକ ଭାବେ ସମସ୍ତଙ୍କୁ ଏନଟିପିସି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ୨ ଜଣ ଶ୍ରମିକଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟ ୩ ଜଣ ସ୍ଥାନୀୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ଏକ ଉଚ୍ଚସ୍ତରୀୟ ବୈଷୟିକ କମିଟି ଗଠନ କରାଯାଇଛି। ଘଟଣା ସମ୍ପର୍କରେ ସୂଚନା ଦେଇ ଅନୁଗୋଳ ଜିଲ୍ଲାପାଳ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ଏନଟିପିସି କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରାଯାଇଛି ଏବଂ ତଦନ୍ତ ରିପୋର୍ଟ ଆସିବା ପରେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ।

Share

Leave a Reply