ଅନୁଗୁଳ: ଭୟଙ୍କର ହେଉଛି କରୋନାର ଦ୍ବିତୀୟ ଲହର। ଅନୁଗୁଳ ଜିଲ୍ଲାରେ ଦ୍ରୁତ ଗତିରେ ମାଡ଼ୁଛି ସଂକ୍ରମଣ। ଗୋଟିଏ ପଟେ ଜିଲ୍ଲାରେ କରୋନା ଚିତ୍ର ବିଗୁଡୁଥିବା ବେଳେ ଏହାର ମୁକାବିଲା ପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତା’ର ଲୋକବଳ ବଢ଼ାଇଛି। ଶନିବାର ଜିଲ୍ଲାରେ ଆଉ ୭ ଜଣ ଆୟୁଷ ଡାକ୍ତର ଓ ୬୮ ଜଣ ପାରାମେଡିକାଲ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇଛି। ପାରାମେଡିକାଲ୍ କର୍ମଚାରୀଙ୍କ ମଧ୍ୟରେ ଅଛନ୍ତି ୪୧ ଜଣ ଷ୍ଟାଫନର୍ସ୍, ୧୯ ଜଣ ଫାର୍ମାସିଷ୍ଟ୍ ଓ ୮ ଜଣ ପୁରୁଷ ସ୍ୱାସ୍ଥ୍ୟକର୍ମୀ। ନବ ନିଯୁକ୍ତ ଆୟୁଷ ଡାକ୍ତରଙ୍କୁ ମାସିକ ୩୪ ହଜାର ୫୩୦ ଟଙ୍କା ଏବଂ ପାରାମେଡିକ୍ସମାନଙ୍କୁ ଦୈନିକ ୪୫୮ ଟଙ୍କା ପାରିଶ୍ରମିକ ମିଳିବ ବୋଲି ଜଣାପଡ଼ିଛି।
କରୋନାର ଦ୍ଵିତୀୟ ଲହର ମୁକାବିଲା
- Post published:April 25, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
