ଅନୁଗୁଳ: କରୋନା ଟିକା ନେବାକୁ ରାତିସାରା ଉଜାଗର ରହିଲେ ଗ୍ରାମବାସୀ। କାଳେ ଟିକା ନମିଳିବ ସେଥିପାଇଁ ରାତି ଅଧରୁ ଟିକାକରଣ କେନ୍ଦ୍ର ସମ୍ମୁଖରେ ଧାଡ଼ି ଲମ୍ବାଇଥିଲେ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଳକ୍ ବଉଳିଗଡ ପଞ୍ଚାୟତ ଅନ୍ତର୍ଗତ ଅରହାଟ ହାଇସ୍କୁଲ୍ ଟିକାକରଣ କେନ୍ଦ୍ରରେ। ଅରାହାଟ ହାଇସ୍କୁଲ୍ରେ ସୋମବାର ୩୨୫ ଜଣଙ୍କୁ କରୋନା ଟିକା ଦେବାକୁ ଧାର୍ଯ୍ୟ ହୋଇଥିଲା। ଏ ସମ୍ପର୍କରେ ଗ୍ରାମବାସୀ ସୂଚନା ପାଇବା ପରେ ଟିକା ନେବାକୁ ରାତି ଅଧରୁ କେନ୍ଦ୍ର ସମ୍ମୁଖରେ ଭିଡ଼ ଜମାଇଥିଲେ। ଆଧାରକାର୍ଡ଼ ନକଲକୁ ପଛକୁ ପଛ ଧାଡ଼ି କରି ଥୋଇ ତା ଉପରେ ଗୋଡ଼ି ରଖ୍ ଉଜାଗର ହୋଇ ଜଗି ବସିଥିଲେ । ଯୁବବର୍ଗଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତେ ଟିକାନେବାକୁ ଭିଡ଼ ଜମାଇ ଥିଲେ । ପୂର୍ବାହ୍ନ ୯ଟାରେ ଟିକାକରଣ କରିବାକୁ ସମୟ ଧାର୍ଯ୍ୟ ହୋଇଥିବା ବେଳେ ରାତିରୁ ଲୋକେ ସକାଳ ପର୍ଯ୍ୟନ୍ତ ଜଗି ରହିଥିଲେ। ତେବେ କାହାରି ମୁହଁରେ ମାସ୍କ ନଥିବା ବେଳେ ସାମାଜିକ ଦୂରତ୍ବ କଟକଣା ଆଦୌ ନଥିଲା।
ଟିକା ନେବାକୁ ରାତି ଅଧରୁ ଭିଡ
- Post published:September 21, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
