ଅନୁଗୁଳ: ଅନୁଗୁଳ ବ୍ଲକ ଅନ୍ତର୍ଗତ ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି କରା ନଗଲେ ଆନ୍ଦୋଳନ କରାଯିବ ବୋଲି ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଶନିବାର ସକାଳେ ଦାବିପତ୍ର ପ୍ରଦାନ କରାଯାଇଛି। ଏସଏମଡିସି ଅଧ୍ୟକ୍ଷ ଦିନେଶ ଦେହୁରୀ, ପ୍ରଦୀପ ପ୍ରଧାନ, ସଦସ୍ୟ ପ୍ରଶାନ୍ତ ପ୍ରଧାନ, ନିରଞ୍ଜନ ବାରିକ, ପଦ୍ମଚରଣ ପ୍ରଧାନ, ଯୋଗେଶ ସାହୁ ପ୍ରମୁଖ ଶିକ୍ଷା ଅଧିକାରୀଙ୍କୁ ଭେଟି ଏହି ମର୍ମରେ ଏକ ଦାବିପତ୍ର ଦେଇଛନ୍ତି। ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି ଯେ, ପୋକତୁଙ୍ଗା ପ୍ରାଥମିକ ବିଦ୍ୟାଳୟରେ ଚଳିତବର୍ଷ ୨୧୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି । ମୋଟ୍ ଦୁଇ ଜଣ ଶିକ୍ଷକ ଥିବା ବେଳେ ନିକଟରେ ଜଣକର ଅନ୍ୟତ୍ର ବଦଳି କରାଯାଇଛି। ସେହିପରି ପୋକତୁଙ୍ଗା ଉଚ୍ଚ ବିଦ୍ୟାଳୟଟି ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢା ଚାଲିଥିବା ବେଳେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ତିନି ଜଣ ଓ ନବମ ଦଶମ ଶ୍ରେଣୀ ପାଇଁ ସଂସ୍କୃତ ଶିକ୍ଷକ, ଉଦ୍ଭିଦ ବିଜ୍ଞାନ ଶିକ୍ଷକ ଏପରି ସମୁଦାୟ ୫ ଜଣ ଶିକ୍ଷକ ତୁରନ୍ତ ନିଯୁକ୍ତି କରାଯିବାକୁ ଅଭିଭାବକ ଓ ଗ୍ରାମବାସୀ ଦାବି କରିଛନ୍ତି।
ଶିକ୍ଷକ ନିଯୁକ୍ତି ପାଇଁ ଦାବିପତ୍ର
- Post published:October 31, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
