କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାକୁ ଦାବି: ନେସ ତରଫରୁ ଗଣଧାରଣା

You are currently viewing କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାକୁ ଦାବି: ନେସ ତରଫରୁ ଗଣଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ନବରତ୍ନ କମ୍ପାନୀ ନାଲକୋ ପକ୍ଷରୁ କର୍ମଚାରୀଙ୍କୁ ବକେୟା ପ୍ରାପ୍ୟ ଦେବାରେ ବିଳମ୍ବ କରୁଥିବା ହେତୁ ଆଜି ନେସ ତରଫରୁ ନାଲକୋ ପ୍ରଶାସନିକ କାର୍ଯ୍ୟାଳୟ ଠାରେ ଶାନ୍ତିପୂର୍ଣ୍ଣ ଗଣଧାରଣା ଦିଆଯାଇଛି।

ଗତ କିଛି ଦିନ ପୂର୍ବରୁ ତୁରନ୍ତ ସମସ୍ତ ନାଲକୋ କର୍ମଚାରୀଙ୍କର ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ନେସ୍ ତରଫରୁ ନାଲକୋ ପ୍ରଶାସନିକ କର୍ତ୍ତୃପକ୍ଷଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ଆଜି “ନେସ” ସଂଗଠନ ତାର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିଲା।

ତେବେ ଉଚ୍ଚ କର୍ତ୍ତୃପକ୍ଷଙ୍କ ତରଫରୁ ଆସନ୍ତା ଦୁର୍ଗା ପୂଜା ପୂର୍ବରୁ ବକେୟା ପ୍ରାପ୍ୟ ପ୍ରଦାନ କରିବାକୁ ଲିଖିତ ଆକାର ଦେବା ପରେ ସନ୍ଧ୍ୟାରେ ଗଣଧାରଣା ପ୍ରତ୍ୟାହୃତ ହୋଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ସଂଗଠନର ସଭାପତି ନିର୍ମଳ ସାମଲ, କାର୍ଯ୍ୟକାରୀ ସଭାପତି ମଳୟ ସ୍ୱାଇଁ, ବିଜନ ଦଳବେହେରା, ଉପସଭାପତି ମନୋଜ ପ୍ରସାଦ, ଅଶୋକ ସାହୁ, ମନୋଜ ସ୍ୱାଇଁ, ଅଶ୍ୱିନୀ ସାମଲ, ଉପେନ୍ଦ୍ର ବେହେରା, ଅଜିତ ଟୁଡୁ, ସାଧାରଣ ସମ୍ପାଦକ ରଞ୍ଜିତ ସାହୁ, ସାଙ୍ଗଠନିକ ସମ୍ପାଦକ ପ୍ରକାଶ ବେହେରା, ତ୍ରିନାଥ ରାଉତରାୟ, ସୁଧାଂଶୁ ମିଶ୍ର, ପ୍ରଦୀପ ନାୟକ, ସୁଧୀର ମିଶ୍ର, ଗଣେଶ୍ୱର ବେହେରା, ଶୁଭେନ୍ଦୁ ବିଶ୍ୱାଳ, ସୁବ୍ରତ ସାମଲ, ମୀନକେତନ ନାୟକ, ଅଟଳ ଷଡ଼ଙ୍ଗୀ, ପ୍ରଦୋଷ ସାହୁ, ଅନିଲ ଜେନା, ଆଲୋକ ମାଝୀ, ଯଦୁନାଥ ପ୍ରଧାନ, ସୁଧୀର ବେହେରା, ରାମ କିଷାନ ମାଝୀ, ବସନ୍ତ ଦେହୁରୀ, ଗବରିଲ ବାଗ, ନାରାୟଣ ମାରାଣ୍ଡି, ସନ୍ତୋଷ ନାଏକ, ସୁଶାନ୍ତ ସାହୁ, ଅନ୍ତର୍ଯ୍ୟାମୀ ସେନାପତି, ଅଦ୍ୱେତ ପ୍ରଧାନ, ସୁବାଷ ସ୍ୱାଇଁ, ସନ୍ତୋଷ ଜେନା, ବିଭୁତି ମହାପାତ୍ର, ସୁଦାମ ବେହେରା, ଯତୀନ ମିଶ୍ରଙ୍କ ସହିତ ଅନ୍ୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

Share

Leave a Reply