ଅନୁଗୁଳ: ଗୁରୁବାର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୂଆ ସୁପରିଣ୍ଟେଣ୍ଡେଣ୍ଟ ତଥା ଏଡିଏମ୍ଓ (ମେଡିକାଲ୍) ଡା. ମାନସ ର˚ଜନ ବିଶ୍ବାଳ ଦାୟିତ୍ବ ଗ୍ରହଣ କରିଛନ୍ତି। ଏଟିଭି ସହ ଏକ ସାକ୍ଷାତକାରରେ ଡା. ବିଶ୍ବାଳ କହିଲେ ହସ୍ପିଟାଲ୍ ବିରୋଧରେ ହେଉଥିବା ବିଭିନ୍ନ ଅଭିଯୋଗ ନେଇ ସେ ଅବଗତ ଅଛନ୍ତି। ତେବେ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ସ୍ବଚ୍ଛତାର ସହ କିଭଳି ସେବା ପ୍ରଦାନ କରାଯିବ, ରୋଗୀ କିଭଳି ମାଗଣା ଔଷଧ ଓ ସେବା ପାଇପାରିବେ ସେଥିନେଇ ସେ ପ୍ରାଥମିକତା ଦେବେ। ଏଥି ସହ ଅସାଧୁ କର୍ମଚାରୀମାନଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯିବ ବୋଲି ଡା. ବିଶ୍ବାଳ ପ୍ରକାଶ କରିଥିଲେ। ଯାବତୀୟ ଅନିୟମିତତାକୁ ଆଖିବୁଜା ସମର୍ଥନ ନ କରିବା କାରଣରୁ ପୂର୍ବରୁ ଏଡିଏମଓ (ମେଡିକାଲ୍) ହିଁ ଏକ ଦୁର୍ନିତୀ ଖୋର୍ ଗୋଷ୍ଠୀର ଆକ୍ରୋଶର ଶିକାର ହୋଇ ଆସିଛନ୍ତି। ପୂର୍ବତନ ଏଡିଏମଓ (ମେଡିକାଲ୍) ଡା. ବି. ବି. ମହାନ୍ତିଙ୍କୁ ବିବାଦୀୟ ଭାବରେ ଦାୟିତ୍ୱରୁ ଅପସାରଣ କରାଯାଇଥିବା ବେଳେ ଡ଼ା. ବିଶ୍ବାଳଙ୍କ ପାଇଁ ନୂଆ ଦାୟିତ୍ଵ ଏକ ଆହ୍ବାନ ସୃଷ୍ଟି କରିଛି।
ଦାୟିତ୍ବ ନେଲେ ନୂଆ ଏଡିଏମ୍ଓ (ମେଡିକାଲ୍)
- Post published:December 17, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
