ଅନୁଗୁଳ ଆଗମନ ଦିବସରେ ଗାନ୍ଧିଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

You are currently viewing ଅନୁଗୁଳ ଆଗମନ ଦିବସରେ ଗାନ୍ଧିଜୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଅନୁଗୁଳ: ୧୯୩୪ ମସିହା ମଇ ୬ ତାରିଖ ଦିନ ମହାତ୍ମା ଗାନ୍ଧୀ ବାମୂର ଡାକ ବଙ୍ଗଳାରୁ ଅନୁଗୁଳ ଅଭିମୁଖେ ଆସିଥିଲେ। ଗାନ୍ଧୀଙ୍କ ଏହି ଗସ୍ତକୁ ସ୍ମରଣୀୟ କରିବା ପାଇଁ ବାଜି ରାଉତ ଛାତ୍ରାବାସ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଥିଲା। ସୀମିଳିପଡ଼ା ପାଞ୍ଚ ଛକିଆ ଗାନ୍ଧୀ ସ୍ମୃତି ପୀଠରେ ଆୟୋଜିତ ଏହି ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି, ଅଧ୍ୟାପକ ବିଶ୍ୱରଞ୍ଜନ ପ୍ରଧାନ,ଡ଼ା ନନ୍ଦ କିଶୋର ମହାକୁଡ଼, ଡ଼ା ରମାମଞ୍ଜରି ସାହୁ,ଇଂ ଧନେଶ୍ୱର ସାହୁ, ପିଟିଶି ର ବରିଷ୍ଠ ଅଧିକାରୀ ଏସ. ସରିଫୁଦ୍ଦିନ ଅଦ୍ୟାସ୍ଲୋକ ମିଶ୍ର,ସୂର୍ଯ୍ୟନାରାୟଣ ନାଥ, ବ୍ରହ୍ମଜ୍ୟୋତି ମିଶ୍ର, ସେଚ୍ଛାସେବୀ ତ୍ରେତାନନ୍ଦ ସାମନ୍ତ, ରଶ୍ମିରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇ ଗାନ୍ଧୀଙ୍କ ଅନୁଗୁଳ ଆଗମନର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ।ସେତେବେଳେ ଅନୁଗୁଳର ଡେପୁଟି କମିଶନର ଗାନ୍ଧୀଙ୍କୁ ଅନୁଗୁଳ ସହର ଭିତରେ ପୁରେଇ ନଦେବା ପାଇଁ ନିର୍ଦ୍ଦେଶନାମା ଜାରି କରିଥିଲେ। ତେଣୁ ସହର ବାହାରେ ରାଣିଗୋଡା ଆମ୍ବତୋଟାରେ ଗାନ୍ଧୀଙ୍କୁ ପ୍ରାୟ ୨୦ ହଜାର ଲୋକ ସ୍ୱାଗତ କରିଥିଲେ। ନିଶା ତ୍ୟାଗ କରିବା ଏବଂ ଅସ୍ପୃଶ୍ୟତା ଦୂର ପାଇଁ ଗାନ୍ଧୀ ଲୋକଙ୍କୁ ବୁଝାଇ ଥିଲେ।ଲିପିକା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୂତାକଟା ସହ ଗାନ୍ଧୀଙ୍କ ପ୍ରିୟ ଭଜନ ଆଦି ବୋଲାଯାଉଥିଲା। ସ୍ବେଚ୍ଛାସେବୀ ପ୍ରବୀର ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

Share

Leave a Reply