ଅନୁଗୁଳ : ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ଠାରେ ୫୫ ନଂ ଜାତୀୟ ରାଜପଥରେ ଯୋର ଜବର ଦାଦା ବଟି ଆଦାୟ ଅଭିଯୋଗର ଫେରାର ଅଭିଯୁକ୍ତଙ୍କୁ ପୁଲିସ ସୋମବାର ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ଗତ ନଭେମ୍ବର ୧୭ ତାରିଖରେ କୁଲାଡ଼ ସିପିପି ଛକ ଠାରେ ୫୫ ନଂ ଜାତୀୟ ରାଜପଥରେ ଯାତାୟତ କରୁଥିବା ମାଲବାହି ଟ୍ରକ୍ କୁ ଅଟକାଇ ଗିରଙ୍ଗ ଗାଁ ର ୩/୪ ଜଣ ଯୁବକ ବିଳମ୍ବିତ ରାତିରେ ଚାନ୍ଦା ଆଦାୟ କରୁଥିଲେ। ଏ ନେଇ ଅଭିଯୋଗ ହେବାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜଣେ ଯୁବକଙ୍କୁ କାବୁ କରିଥିଲା। ତେବେ ଅନ୍ୟମାନେ ଫେରାର ହୋଇଯାଇଥିଲେ। ସୋମବାର ନାଲକୋ ଥାନା ପୁଲିସ ଗିରାଙ୍ଗ ଗାଁ ର ପିଲୁ ଓରଫ ସୋମ୍ୟ ରଞ୍ଜନ ଗଡ଼ନାୟକ(୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଫେରାର ଅଭିଯୁକ୍ତ ଗିରଫ
- Post published:December 20, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
