ମାଛ ଧରିବାକୁ ଯାଇ ନିଖୋଜ ଥିଲେ, ବ୍ରାହ୍ମଣୀ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ

You are currently viewing ମାଛ ଧରିବାକୁ ଯାଇ ନିଖୋଜ ଥିଲେ, ବ୍ରାହ୍ମଣୀ ନଦୀରୁ ମିଳିଲା ଯୁବକଙ୍କ ମୃତଦେହ

ଅନୁଗୋଳ: ଅନୁଗୋଳ ଜିଲ୍ଲା ସାମଲ ଥାନା ଅଧୀନ ଶିଲିଙ୍ଗ (ପବିତ୍ରନଗର) ନିକଟସ୍ଥ ବ୍ରାହ୍ମଣୀ ନଦୀରୁ ଜଣେ ଯୁବକଙ୍କ ମୃତଦେହ ଶୁକ୍ରବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ଜଣକ ହେଲେ ଶିଲିଙ୍ଗ ଗ୍ରାମର ୩୬ ବର୍ଷୀୟ ମିତୁ ଦେହୁରୀ। ଗୁରୁବାର ସକାଳେ ମାଛ ଧରିବାକୁ ଯାଇ ମିତୁ ନିଖୋଜ ହୋଇଯାଇଥିଲେ। ପରିବାର ଲୋକଙ୍କ ସୂଚନା ପରେ କଣିହାଁ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଜାରି ରଖିଥିଲେ। ଶୁକ୍ରବାର ସକାଳ ପ୍ରାୟ ୯ଟା ସମୟରେ ଅଗ୍ନିଶମ ବାହିନୀ ନଦୀରୁ ମୃତଦେହ ଉଦ୍ଧାର କରିଥିଲେ।

ଏ ନେଇ ସାମଲ ଥାନା ଆଇଆଇସି ମୃଣାଳ କାଲୋ କହିଛନ୍ତି ଯେ, ପୋଲିସ ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply