ଅନୁଗୁଳ:ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖାରେ ଶୁକ୍ରବାର ପୂର୍ବାହ୍ନରେ ହଠାତ୍ ନିଆଁ ଲାଗିବା ସହ ବ୍ୟାଙ୍କ୍ ଓ ଅଞ୍ଚଳ ଧୂଆଁମୟ ହୋଇପଡ଼ି ଥିଲା। କେହି କିଛି ବୁଝିବା ଆଗରୁ ସମସ୍ତେ ବାହାରକୁ ଧାଁ’ ଧପଡ଼ କରିଥିଲେ। ତେବେ ଏଥିରେ କୌଣସି ଧନଜୀବନ ହାନି ହୋଇନଥିବା ଜଣାପଡ଼ିଛି। ପ୍ରକାଶ ଯେ, ପୂର୍ବାହ୍ନ ପ୍ରାୟ ୧୧ଟା ବେଳେ ଶର୍ମାଛକ ସ୍ଥିତ ତାଳଚେର ଆକ୍ସିସ୍ ବ୍ୟାଙ୍କ ଶାଖା ସବୁଦିନ ପରି କାରବାର ଚାଲିଥିଲା ବେଳେ ହଠାତ୍ ଜେନେରେଟରରେ ନିଆଁ ଲାଗି ଯାଇଥିଲା। ତେବେ ଜେନେରେଟରଟି ନିଆଁରେ ଜଳି ନଷ୍ଟ ହୋଇଯାଇଥିଲା ବେଳେ ବ୍ୟାଙ୍କର କୌଣସି କ୍ଷୟକ୍ଷତି ହୋଇନଥିବା ଜଣାଯାଇଛି। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିଥିଲେ ବୋଲି ଶାଖା ପରିଚାଳକ ସୁଜିତ କୁମାର ଜେନା ସୂଚନା ଦେଇଛନ୍ତି। ଏହି ଖବର ପ୍ରଚାର ହେବା ମାତ୍ରେ ହାଟତୋଟା- ହାଣ୍ଡିଧୂଆ ମୁଖ୍ୟ ରାସ୍ତାରେ ପ୍ରବଳ ଜନଗହଳି ହୋଇଥିଲା।
ଆକ୍ସିସ୍ ବ୍ୟାଙ୍କ୍ ଶାଖାରେ ଅଗ୍ନିକାଣ୍ଡ
- Post published:May 8, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
