ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା

You are currently viewing ସର୍ଟ ସର୍କିଟ ଯୋଗୁ ଅଗ୍ନିକାଣ୍ଡ, ନିମିଷକେ ଜଳିଗଲା ପୁଆଳ ଗଦା

ଛେଣ୍ଡିପଦା: ଅନୁଗୁଳ ଜିଲ୍ଲା ବାଗେଡିଆ ହରିଜନ ସାହିରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗି ପୁଆଳ ଗଦା ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ, ଶନିବାର ପୂର୍ବାହ୍ନରେ ବାଗେଡିଆ ହରିଜନ ସାହିର ସାରଥୀ ନାଏକଙ୍କ ପୁଆଳ ଗଦାରେ ସଟ୍ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିଲା। ଗାଁ ଲୋକେ ଦେଖି ନିଆଁ ଲିଭାଇବା ସହିତ ଛେଣ୍ଡିପଦା ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ସାରଥୀଙ୍କ ଆର୍ଥିକ ସ୍ଥିତି ଭଲ ନଥିବାରୁ ପ୍ରଶାସନ ପକ୍ଷରୁ ତାଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share

Leave a Reply