ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

You are currently viewing ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ଭିଭିପ୍ରସ୍ତର

ଅନୁଗୁଳ: ବଅଁରପାଳ ବ୍ଳକ୍‌ ଗଡ଼ସନ୍ତ୍ରୀ ନେହେରୁ ଉଚ୍ଚ ବିଦ୍ୟାଳୟର ଉନ୍ନତିକରଣ ନିମନ୍ତେ ମୋ’ ସ୍କୁଲ ଅଭିଯାନରେ ୫୫ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି ଅର୍ଥରେ ବିଦ୍ୟାଳୟରେ ସ୍ମାର୍ଟ୍ କ୍ଲାସ୍‌ରୁମ୍, ସୌନ୍ଦର୍ଯ୍ୟକରଣ ସାଙ୍ଗକୁ ଖେଳପଡ଼ିଆର ଉନ୍ନତିକରଣ ହେବ । ଗୁରୁବାର ପୂର୍ବାହ୍ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅନୁଗୁଳ ବିଧାୟକ ତଥା ଓଡ଼ିଶା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରକଳ୍ପଗୁଡ଼ିକ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ହାଇସ୍କୁଲର ପ୍ରଧାନଶିକ୍ଷକ, ଶିକ୍ଷକ କର୍ମଚାରୀଙ୍କ ସମେତ ଅନ୍ୟତମ ଅତିଥ୍‌ ଭାବେ ବିଡ଼ିଓ ଏଲିଜା ମିଶ୍ର, ବ୍ଲକ୍ ଅଧ୍ୟକ୍ଷା ଅଞ୍ଜଳି ଭୋଇ, ସରପଞ୍ଚ ନର୍ମଦା ମାଝୀ, ବ୍ଲକ୍ ବିଜେଡି ସଭାପତି ବିଜୟ ନାଥଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

Share

Leave a Reply