ଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

You are currently viewing ଟାଇକୋଣ୍ତୋ ସ˚ଘର ୪ ଜଣଙ୍କୁ ବ୍ଲାକ୍‌ବେଲ୍ଟ

ଅନୁଗୁଳ: ଅନୁଗୁଳ ଟାଇକୋଣ୍ତୋ ସ˚ଘର ୪ ଜଣ ଛାତ୍ରଛାତ୍ରୀ ୨୦୨୦ ବର୍ଷ ପାଇଁ ବ୍ଲାକ୍‌ବେଲ୍ଟ ହାସଲ କରିଛନ୍ତି। ବିଜୟୀ ଛାତ୍ରଛାତ୍ରୀ ହେଲେ ରୋଟାରୀ ପବ୍ଲିକ୍‌ ସ୍କୁଲ୍‌ର ଅଙ୍କିତା ମହାପାତ୍ର, ଲିଟିଲ୍‌ ହାର୍ଟସ୍‌ ଟଡଲର୍ସ ଏକାଡେମୀର ଲୋପାମୁଦ୍ରା ସାହୁ, ଖୁସି ମୁଣ୍ତା ଏବ˚ କଳିଙ୍ଗ ଡିଏଭିର ଛାତ୍ର ଆୟୁଷ୍ମାନ ସାହୁ। ଟାଇକୋଣ୍ତୋ ସ˚ଘର ମୁଖ୍ୟ ପ୍ରଶିକ୍ଷକ ଦୁଷ୍ୟନ୍ତ କୁମାର ନାଥଙ୍କ ତତ୍ତ୍ବାବଧାନରେ ଛାତ୍ରଛାତ୍ରୀମାନେ ପ୍ରଶିକ୍ଷଣ ନେଉଥିଲେ। ଛାତ୍ର ଛାତ୍ରୀ ମାନେ ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ। ପ୍ରତିଯୋଗୀମାନଙ୍କ ଏଭଳି ସଫଳତାରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ ସେମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply