ଅନୁଗୋଳ: ସହରର ଅଗ୍ରଣୀ ଗହଣା ପ୍ରତିଷ୍ଠାନ ‘ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍’ ପକ୍ଷରୁ ନୂତନ ଓ ଆକର୍ଷଣୀୟ ଗହଣା ବର୍ଗମାଳା ବଜାରକୁ ଆସିଛି। ପ୍ରାକୃତିକ ଉପାଦାନରେ ନିର୍ମିତ ଏହି ଶୁଦ୍ଧ ହୀରା ଅଳଙ୍କାରଗୁଡ଼ିକରେ ସୂକ୍ଷ୍ମ କାରିଗରୀ ସହ ଅର୍ଗାନିକ୍ ଓ ହନିକୋମ୍ ପ୍ୟାଟନର ସମାହାର ଦେଖିବାକୁ ମିଳିଛି, ଯାହା ଗ୍ରାହକଙ୍କ ମଧ୍ୟରେ ବେଶ୍ ଆଦୃତ ହୋଇଛି।
ଏହି ନୂତନ ସଂଗ୍ରହରେ ୧୪ ଓ ୧୮ କ୍ୟାରେଟ୍ ସୁନାରେ ପ୍ରସ୍ତୁତ ଅତ୍ୟାଧୁନିକ ଗହଣା ରହିଛି। ବିଶ୍ୱସ୍ତରୀୟ ଡିଜାଇନ୍, ପ୍ରାକୃତିକ ହୀରା ଏବଂ ନିର୍ଭରଯୋଗ୍ୟ ଜେମ୍ଷ୍ଟୋନ୍ର ବ୍ୟବହାର ଗ୍ରାହକଙ୍କୁ ଶତ ପ୍ରତିଶତ ଶୁଦ୍ଧତା ଓ ସମ୍ପୂର୍ଣ୍ଣ ଭରସା ପ୍ରଦାନ କରୁଛି। ବ୍ରାଣ୍ଡ୍ ଆମ୍ବାସାଡର କରିନା କପୁର ଖାନ୍ଙ୍କ ଦ୍ୱାରା ପ୍ରଦର୍ଶିତ ଏହି ଅଳଙ୍କାରଗୁଡ଼ିକ ବ୍ରାଣ୍ଡ୍ର ଗୁଣବତ୍ତାକୁ ପ୍ରତିପାଦିତ କରୁଛି।
ଏହି ଅବସରରେ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ୍ର ଅଧ୍ୟକ୍ଷ ଏମ୍.ପି. ଅହମ୍ମଦ କହିଛନ୍ତି ଯେ, ଏହି ଅଳଙ୍କାରର ସୂକ୍ଷ୍ମ କାରୁକାର୍ଯ୍ୟ ମହିଳାମାନଙ୍କୁ ଏକ ସ୍ୱତନ୍ତ୍ର ଲଗ୍ଜୁରି ଓ ସେଲିବ୍ରିଟି ଅନୁଭବ ପ୍ରଦାନ କରିବ। ଗୁଣବତ୍ତା ଓ ଶୁଦ୍ଧତା ପାଇଁ ମାଲାବାର ସର୍ବଦା ଗ୍ରାହକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି। ଆପଣଙ୍କୁ ନିକଟସ୍ଥ ମାଲାବାର୍ ଶୋ’ରୁମ୍ରେ ଏହି ସ୍ୱତନ୍ତ୍ର ସଂଗ୍ରହର ଅନୁଭବ ନେବାକୁ ନିମନ୍ତ୍ରଣ କରାଯାଉଛି।











