ଅନୁଗୋଳ: ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବଅଁରପାଳ ବ୍ଲକ ଗୋତମରା ପଞ୍ଚାୟତ ଶାଳଗାଡିଆରେ ବିଜେଡିକୁ ବଡ଼ ଝଟକା ଲାଗିଛି। ସ୍ଥାନୀୟ ବିଜେଡିର ବହୁ ସକ୍ରିୟ କର୍ମକର୍ତ୍ତା ଆଜି ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନୀତି ଆଦର୍ଶ ଓ ବିକାଶମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ବିଜେପିରେ ସାମିଲ ହୋଇଥିବା କହିଛନ୍ତି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଆୟୋଜିତ ମିଶ୍ରଣ ପର୍ବରେ ସିଦ୍ଧ ଖଟୁଆ, ସୁବାଷ ଖଟୁଆ, ସୋମୁ ଖଟୁଆ, ମଧୁ ଖଟୁଆ, ନନ୍ଦୁ ଖଟୁଆ, ଆଲୋକ ଖଟୁଆ, ନଳିନୀ ଖଟୁଆ, ମୀନତି ଖଟୁଆ, ପ୍ରତିମା ଖଟୁଆ, ସଞ୍ଜୁ ଦଳେଇ, ଶାନ୍ତି ଖଟୁଆ, ଦୀପ୍ତିମୟୀ ଖଟୁଆ, ଝିଲି ଖଟୁଆଙ୍କ ସମେତ ବହୁ କର୍ମୀ ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଥିଲେ।
ଏହି ଅବସରରେ ବିଜେପି ଜିଲ୍ଲା ସମ୍ପାଦକ ପ୍ରତ୍ୟୁଷ ରଞ୍ଜନ ପଣ୍ଡା, ବିଜେପି ନେତା ସୁଶାନ୍ତ ସାମଲ, ପ୍ରଦୋଷ ପଣ୍ଡା, ଲିଟୁ ବରାହ ପ୍ରମୁଖ ଉପସ୍ଥିତ ରହି ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଓ ଦଳୀୟ ପତାକା ଦେଇ ଦଳକୁ ସ୍ୱାଗତ କରିଥିଲେ। ନୂଆ କର୍ମୀଙ୍କ ଯୋଗଦାନ ଦ୍ୱାରା ଗୋତମରା ପଞ୍ଚାୟତରେ ବିଜେପି ସଂଗଠନ ଆହୁରି ସୁଦୃଢ଼ ହେବ ବୋଲି ବିଧାୟକ କହିଛନ୍ତି। ଯୋଗଦେଇଥିବା କର୍ମୀମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।











