ଅନୁଗୋଳ: ସ୍ଥାନୀୟ ଟାଉନ ହଲ ଠାରେ ଅନୁଗୋଳ ଜିଲ୍ଲା ଟାଇକୁଣ୍ଡୁ ଡେଭଲପମେଣ୍ଟ ଆସୋସିଏସନ୍ ପକ୍ଷରୁ ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ପ୍ରତିଯୋଗିତାକୁ ଉଦଘାଟନ କରିବା ସହ ଆତ୍ମରକ୍ଷା କ୍ଷେତ୍ରରେ ସମରକଳାର ଆବଶ୍ୟକତା ଅଛି ବୋଲି କହିଥିଲେ। ପ୍ରତିଯୋଗିତାରେ ପ୍ରାୟ ୨ ଶହ ରୁ ଉର୍ଦ୍ଧ୍ବ ପ୍ରତିଯୋଗୀ ବିଭିନ୍ନ ବର୍ଗରେ ଅଂଶ ଗ୍ରହଣ କରିଥିଲେ। ଅପରାହ୍ନରେ ଉଦଯାପନି ସମାରୋହ ଆୟୋଜିତ ହୋଇଥିଲା।
ଏହି ସମାରୋହରେ ସେଲ୍ଫ ଡିଫେନ୍ସ ପ୍ରଶିକ୍ଷକ ସୁଦୀପ୍ତା ନନ୍ଦ ମୁଖ୍ୟ ଅତିଥି ରୂପେ ଯୋଗ ଦାନ କରିଥିବା ବେଳେ ବିଶିଷ୍ଟ ବ୍ୟବସାୟୀ ରାଜେଶ କୁମାର ଧଳ,ଡ଼ା ରଶ୍ମିତା ଭଞ୍ଜଦେଓ,ସ୍ଥାନୀୟ କାଉନସିଲର ପ୍ରଜ୍ଞା ଦାସ ଏବଂ ରାଜ୍ୟ ଟାଇକୁଣ୍ଡୁ ଆସୋସିଏସନ୍ ର ଟେକ୍ନିକାଲ ଡାଇରେକ୍ଟର ଜେ କେ ପରିଡ଼ା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ। ସମାରୋହରେ ସେଲ୍ଫ ଡିଫେନ୍ସ ଶିଖୁଥିବା କିଛି ଛାତ୍ରୀ ଓ ମହିଳା ସେମାନଙ୍କ ଆତ୍ମରକ୍ଷା କୌଶଳ ପ୍ରଦର୍ଶନ କରିଥିଲେ ଶେଷରେ ସମସ୍ତ ବିଜୟୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସଂଘର ସଭାପତି ମନୋଜ କୁମାର ପ୍ରଧାନ,ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପ୍ରଧାନ,ଉପସଭାପତି ପ୍ରତାପ ମାଝୀ,କୋଷାଧ୍ୟକ୍ଷ ତପନ କୁମାର ଦାସଙ୍କ ସମେତ ଅନୁଗୋଳ ଟାଇକୁଣ୍ଡୁ ଆସୋସିଏସନ୍ ର ଅମରଜିତ୍ ଗଡ଼ନାୟକ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଖେଳ ପରିଚାଳନାରେ ସହଯୋଗ କରିଥିଲେ ।











