ଅନୁଗୁଳ ପୁଲିସକୁ ସଫଳତା: ୨୦ କେଜି ଗଞ୍ଜେଇ ଜବତ, ୩ ଅଟକ

You are currently viewing ଅନୁଗୁଳ ପୁଲିସକୁ ସଫଳତା: ୨୦ କେଜି ଗଞ୍ଜେଇ ଜବତ, ୩ ଅଟକ

ଅନୁଗୁଳ: ଅନୁଗୁଳ ପୁଲିସ ପଞ୍ଝାରେ ଗଞ୍ଜେଇ ବେପାରୀ। ଅନୁଗୁଳ ସଦର ଥାନା ଅନ୍ତର୍ଗତ ମଝିକା ଓଭରବ୍ରିଜ ନିକଟରେ ଏକ ବୋଲେରୋ ଗାଡ଼ିରୁ ୨୦କେଜି ଗଞ୍ଜେଇ ଜବତ କରିବା ସହ ପୁଲିସ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

ବିଶେଷ ସୂତ୍ରରୁ ଖବର ପାଇ ଅନୁଗୁଳ ସଦର ଥାନା ପୁଲିସ ମଙ୍ଗଳବାର ସନ୍ଧ୍ୟାରେ ମଝିକା ଶିବମନ୍ଦିର ପାଖ ଓଭର ବ୍ରିଜ ନିକଟରେ ଲୁଚି ରହିଥିଲା। ଏହି ସମୟରେ ଛେଣ୍ଡିପଦାରୁ ଅନୁଗୁଳ ଆସୁଥିବା ଏକ ବୋଲେରୋକୁ ପୁଲିସ ଯାଞ୍ଚ କରିଥିଲା। ଗାଡ଼ିରୁ ୨୦ କେଜି ଗଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ୩ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଅଟକଙ୍କ ମଧ୍ୟରେ ଜଣେ ଛେଣ୍ଡିପଦା ଟେଣ୍ଟୁଲେଇ ଅଞ୍ଚଳର ଅନୀଲ ପ୍ରଧାନ ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ପରିଚୟ ମିଳିପାରିନାହିଁ। ଏହି ମାମଲାରେ ଆଉ କାହାର ସମ୍ପୃକ୍ତି ଅଛି ସେନେଇ ପୁଲିସ ତଦନ୍ତ କରୁଛି।

Share

Leave a Reply