ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳକୁ ୧ କୋଟି ଟଙ୍କା ଅନୁଦାନ

You are currently viewing ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳକୁ ୧ କୋଟି ଟଙ୍କା ଅନୁଦାନ

ଅନୁଗୋଳ: ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ସହାୟତା ଯୋଜନାରେ ଅନୁଗୋଳ ପୌରପାଳିକା ଦୁଇଟି ୱାର୍ଡ ପାଇଁ ରାଜ୍ୟ ସରକାର ୧ କୋଟି ଟଙ୍କାର ଆର୍ଥିକ ଅନୁଦାନ ମଞ୍ଜୁର କରିଛନ୍ତି। ଗତ ୨୯ ତାରିଖରେ ଜାରି ହୋଇଥିବା ଚିଠି ଅନୁଯାୟୀ, ୱାର୍ଡ ନଂ ୧୫ ଅମଲାପଡ଼ା ଏବଂ ୱାର୍ଡ ନଂ ୧୬ ହେମସୁରପଡ଼ା ଦୁର୍ଗା ପୂଜା ମଣ୍ଡପ ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ୫୦ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଛି।

ଏହି ଅନୁଦାନ ମିଳିବା ପରେ ଉଭୟ ଅଞ୍ଚଳର ବାସିନ୍ଦା ଓ ପୂଜା କମିଟି ସଦସ୍ୟମାନେ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଅନୁଗୋଳ ଲୋକପ୍ରିୟ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ପ୍ରଚେଷ୍ଟାରେ ଏଭଳି ସହାୟତା ମିଳିବା ସମ୍ଭବ ହୋଇପାରିଛି। ଏହି ଅର୍ଥରେ ସ୍ଥାୟୀ ଓ ଆଧୁନିକ ଦୁର୍ଗା ପୂଜା ମଣ୍ଡପ ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଆଶା କରାଯାଉଛି।

Share

Leave a Reply