ସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

You are currently viewing ସାପ କାମୁଡ଼ାରେ ୧୧ ବର୍ଷର ନାବାଳକ ମୃତ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁଦଗାଁ ପଞ୍ଚାୟତ ପୀତବାସପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ୧୧ ବର୍ଷର ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତକ ହେଲେ ପ୍ରିୟବ୍ରତ ମେଣ୍ଡୁଲିଙ୍କ ପୁଅ ପ୍ରୀତମ ମେଣ୍ଡୁଲି।

ସୂଚନା ଅନୁଯାୟୀ, ଗତ ରବିବାର ରାତିରେ ପ୍ରୀତମ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତାକୁ କାମୁଡ଼ି ଦେଇଥିଲା। ଘରଲୋକେ ତାକୁ ପ୍ରଥମେ ମାଧପୁର ଡାକ୍ତରଖାନା ଏବଂ ପରେ ଅବସ୍ଥା ଗୁରୁତର ହେବାରୁ ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଖବର ପାଇ ସ୍ଥାନୀୟ ପୁଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply