ଅନୁଗୋଳ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବହୁ କର୍ମୀ ବିଜେପିରେ ସାମିଲ

You are currently viewing ଅନୁଗୋଳ ବିଜେପିର ମିଶ୍ରଣ ପର୍ବ, ବିଜେଡି ଛାଡି ବହୁ କର୍ମୀ ବିଜେପିରେ ସାମିଲ

ଅନୁଗୋଳ: ଅନୁଗୋଳ ନିର୍ବାଚନ ମଣ୍ଡଳୀରେ ବିଜେପି ସଙ୍ଗଠନକୁ ଅଧିକ ମଜବୁତ କରିବା ଲକ୍ଷ୍ୟରେ ଆଜି ମିଶ୍ରପଡା ସ୍ଥିତ ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି। ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ବିକାଶମୂଳକ କାର୍ଯ୍ୟ ପ୍ରତି ଆସ୍ଥା ପ୍ରକଟ କରି କାଙ୍ଗୁଲା-ବେନ୍ତପୁର ପଞ୍ଚାୟତ ବେନ୍ତପୁର ଗ୍ରାମର ବିଜେଡି ନାଏବ ସରପଞ୍ଚ ମନୋରଞ୍ଜନ ତ୍ରିପାଠୀ, ସମାଜସେବୀ ତାପସ ପାଳ, ବରିଷ୍ଠ ବିଜେଡି କର୍ମୀ ଛବିନ୍ଦ୍ର ବେହେରା, ସନ୍ତୋଷ ପରିଡା, ଗଗନ ବେହେରା, ବଳିଆ ଭୋଇ, ୱାର୍ଡ ମେମ୍ବର ସରସ୍ୱତୀ ନାଏକ, ସୂର୍ଯ୍ୟକାନ୍ତ ଭୋଇ, ମାନସ ଭୋଇ, ବିଜୁ ଭୂତିଆ, ନିଶାମଣି ନାଏକଙ୍କ ସମେତ ବହୁ କର୍ମୀ ବିଜେଡି ଛାଡି ବିଜେପିରେ ସାମିଲ ହୋଇଛନ୍ତି।

ଏହି ଅବସରରେ ବିଧାୟକ ଶ୍ରୀ ପ୍ରଧାନ ନୂଆ କର୍ମୀଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ। ବିକଶିତ ଓ ସମୃଦ୍ଧ ଅନୁଗୁଳ ଗଠନ ପାଇଁ ବିଜେପି କାର୍ଯ୍ୟ କରୁଛି ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ୨୮ ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟା ମୀରା ଗଡନାୟକ, ବିଜେପି ନେତା ଲଳିତ ପାଳ, ଉଦୟ ପରିଡା, ରବୀନ୍ଦ୍ର ବେହେରା, ପୂର୍ବତନ ସରପଞ୍ଚ ପ୍ରକାଶ ଭୋଇ, ସଞ୍ଜୟ ପ୍ରଧାନ ଓ ଦିବାକର ପରିଡା ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply