ଅନୁଗୁଳ: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ପ୍ରକୃତିର ଗନ୍ତାଘର ସାତକୋଶିଆକୁ ଏଣିକି ବୁଲିବାକୁ ଆସିଲେ ରହିବନି ରହଣି ସମସ୍ୟା। ସରକାର ଖୁବ୍ଶୀଘ୍ର ଟିକରପଡ଼ାରେ ହୋମ୍ ଷ୍ଟେ’ ବ୍ୟବସ୍ଥା କରିବାକୁ ଯାଉଛନ୍ତି। ପର୍ଯ୍ୟଟକଙ୍କୁ ଘରୋଇ ବାତାବରଣର ନିଆରା ଅନୁଭୂତି ସାଙ୍ଗକୁ ଘର ମାଲିକଙ୍କୁ ଉତ୍ସାହିତ କରିବାକୁ ଏହି ପ୍ରକଳ୍ପ ଆରମ୍ଭ ହେବ। ସ୍ଥାନୀୟ ଅଞ୍ଚଳର ଘର ମାଲିକଙ୍କୁ ସରକାରୀ ଆବଶ୍ୟକ ସହାୟତା ଯୋଗାଇ ଦେବେ । ଘର ମାଲିକ ନିଜ ଘରେ ପର୍ଯ୍ୟଟକଙ୍କ ପାଇଁ ରହଣିର ବ୍ୟବସ୍ଥା ଯୋଗାଇ ଦେବେ । ଏହି ହୋମ୍ ଷ୍ଟେ’ରେ ପର୍ଯ୍ୟଟକ ନିଜ ଘରେ ରହିବା ଭଳି ଅନୁଭୂତି ସାଉଁଟିବା ସହ ସୁନ୍ଦରୀ ସାତକୋଶିଆର ଅପରୂପ ସୌନ୍ଦର୍ଯ୍ୟକୁ ଉପଭୋଗ କରିବେ । ଅନୁଗୁଳର ଟିକରପଡ଼ା ସହିତ ରାଜ୍ୟର ୬ଟି ପର୍ଯ୍ୟଟନ ସ୍ଥଳୀରେ ହୋମ୍ ଷ୍ଟେ’ର ବ୍ୟବସ୍ଥା ହେବ। ଏଥିପାଇଁ ୨୦୨୧ରୁ ୨୦୨୬ ମଧ୍ୟରେ ମୋଟ୍ ୨୪.୫୦ କୋଟି ଟଙ୍କା ବଜେଟ୍ ରଖାଯାଇଛି। ଏହି ପ୍ରକଳ୍ପରେ ପ୍ରତି ହୋମ୍ ଷ୍ଟେ’ରେ ପର୍ଯ୍ୟଟକଙ୍କ ପାଇଁ ୬ଟି ଗୃହ ଉପଲବ୍ଧ ରହିବ। ଘର ମାଲିକମାନେ ନିଜ ଘରେ ପର୍ଯ୍ୟଟକଙ୍କ ପାଇଁ ରହଣିର ବ୍ୟବସ୍ଥା କରିବେ । ଏହି ଗୃହ ନିର୍ମାଣ ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଯୋଗାଇ ଦେବା ନିମିତ୍ତ ସରକାର ପ୍ରୋତ୍ସାହନ ଯୋଗାଇବେ।ଯେଉଁ ଘର ମାଲିକମାନେ ନିଜ ଘରେ ପର୍ଯ୍ୟଟକଙ୍କ ପାଇଁ ହୋମ୍ ଷ୍ଟେ’ର ବ୍ୟବସ୍ଥା କରିବାକୁ ଚାହୁଁ ଛନ୍ତି ଆଗ୍ରହୀ ଆବେଦନକାରୀ ଆବେଦନ କରିପାରିବେ ବୋଲି ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ କୁହାଯାଇଛି।
ପର୍ଯ୍ୟଟକଙ୍କୁ ମିଳିବ ଘରୋଇ ଅନୁଭୂତି, ଟିକରପଡ଼ାରେ ହେବ ହୋମ୍ ଷ୍ଟେ’
- Post published:June 20, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
