ଅନୁଗୁଳରେ କଂଗ୍ରେସର ବିଶାଳ ମଶାଲ ଶୋଭାଯାତ୍ରା; ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

You are currently viewing ଅନୁଗୁଳରେ କଂଗ୍ରେସର ବିଶାଳ ମଶାଲ ଶୋଭାଯାତ୍ରା; ପ୍ରଧାନମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଅନୁଗୁଳ ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ପ୍ରତିବାଦ ସଭା ଓ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଜିଲ୍ଲା ସଭାପତି ସୁନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ସ୍ଥାନୀୟ କଂଗ୍ରେସ ଭବନରୁ ବାହାରିଥିବା ଏହି ଶୋଭାଯାତ୍ରା ବସଷ୍ଟାଣ୍ଡ ସ୍ଥିତ ରାଜା ସୋମନାଥ ସିଂହ ଜଗଦେବ ଛକରେ ପହଞ୍ଚିଥିଲା।

ଦେଶରେ ପେଟ୍ରୋଲ, ଡିଜେଲ ସମେତ ଅତ୍ୟାବଶ୍ୟକ ସାମଗ୍ରୀର ଅହେତୁକ ଦରବୃଦ୍ଧି, ନିଟ୍ ପ୍ରଶ୍ନପତ୍ର ଲିକ୍ ଏବଂ ମହିଳା ସଂରକ୍ଷଣକୁ ନେଇ କେନ୍ଦ୍ରର କୁମ୍ଭୀର କାନ୍ଦଣା ବିରୋଧରେ କର୍ମୀମାନେ ଗର୍ଜିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରିଙ୍କ ଇସ୍ତଫା ଦାବି କରିବା ସହ ସେମାନଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା।

କାର୍ଯ୍ୟକ୍ରମରେ ବରିଷ୍ଠ ନେତା ଉମେଶ ଚନ୍ଦ୍ର ସାହୁ, ତପନ ପ୍ରଧାନ, ନୀଳକଣ୍ଠ ନାଏକ, ଏଲ୍. ମାଣିକପ୍ରଭା ଓ ଅଳକାରାଣି ମହାପାତ୍ରଙ୍କ ସମେତ ସହସ୍ରାଧିକ କଂଗ୍ରେସ ନେତା ଓ କର୍ମୀ ସାମିଲ ହୋଇ କେନ୍ଦ୍ର ସରକାରଙ୍କ ବିରୋଧରେ ତୀବ୍ର ବିକ୍ଷୋଭ ପ୍ରଦର୍ଶନ କରିଥିଲେ।

Share

Leave a Reply