ଘରକୁ ଯିବା ଆସିବା ଭିତରେ ବଢ଼ିଲା ଅନ୍ତରଙ୍ଗତା, ତା’ପରେ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

You are currently viewing ଘରକୁ ଯିବା ଆସିବା ଭିତରେ ବଢ଼ିଲା ଅନ୍ତରଙ୍ଗତା, ତା’ପରେ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ; ଅଭିଯୁକ୍ତ ଗିରଫ

ଅନୁଗୁଳ: ବିବାହର ପ୍ରତିଶ୍ରୁତି ଦେଇ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଅନୁଗୁଳ ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ଗାନ୍ଧୀମାର୍ଗ ଅଞ୍ଚଳର ତିଳକ ଅଗ୍ରୱାଲ (୨୬)। ପୀଡ଼ିତା ନାବାଳିକା ହୋଇଥିବାରୁ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କଠୋର ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ପୀଡ଼ିତାଙ୍କ ମା’ ଅଭିଯୁକ୍ତଙ୍କ ଘରେ କାମ କରୁଥିଲେ। ସେଠାକୁ ଯିବା ଆସିବା ଭିତରେ ତିଳକ ନାବାଳିକାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ପରେ ବିବାହର ପ୍ରଲୋଭନ ଦେଖାଇ ସେ ଦୀର୍ଘ ଦିନ ଧରି ଦୁଷ୍କର୍ମ କରି ଚାଲିଥିଲେ। ତେବେ ଶେଷରେ ଅଭିଯୁକ୍ତ ଜଣକ ବିବାହ କରିବାକୁ ମନା କରିଦେଇଥିଲେ।
ଏ ନେଇ ପୀଡ଼ିତାଙ୍କ ମା’ ଅନୁଗୁଳ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତତ୍ପରତା ପ୍ରକାଶ କରି ଘଟଣାର ତଦନ୍ତ କରିଥିଲା ଏବଂ ଅଭିଯୁକ୍ତକୁ ଗିରଫ କରି ଜେଲ୍ ପଠାଇଛି।

Share

Leave a Reply