ନିଶାରେ ଯବାନ ପକେଇଦେଲେ ବନ୍ଧୁକ

You are currently viewing ନିଶାରେ ଯବାନ ପକେଇଦେଲେ ବନ୍ଧୁକ

ଅନୁଗୁଳ: ସୋମବାର ରାତି ପ୍ରାୟ ଆଠଟା ବେଳକୁ ଜଣେ ଯବାନ ଶିମିଳିପଡ଼ା ପାଞ୍ଚ ଛକିଆ ଦେଇ ରାଜ ହୋଟେଲ ଆଡ଼କୁ ଯାଉଥିବା ବେଳେ ଗାନ୍ଧୀ ପ୍ରତିମୂର୍ତ୍ତି ସାମନାରେ ତାଙ୍କ ବନ୍ଧୁକ ଟି ବାଇକ୍ ଡିକିରୁ ଖସି ପଡ଼ିଥିଲା।ସ୍ଥାନୀୟ ଯୁବକ ମାନେ ବନ୍ଧୁକ ପଡ଼ିଥିବା ଦେଖି ଡ଼ରି ଯାଇଥିଲେ।ସେମାନେ ପୋଲିସକୁ ଖବର ଦେଇଥିଲେ। ପିଶିଆର୍ ଭ୍ୟାନ ସଙ୍ଗେ ସଙ୍ଗେ ପହଂଚି ଯାଇଥିଲା।ହେଲେ ବନ୍ଧୁକକୁ ଦେଖି ପ୍ରଥମେ ଫଟୋ ଉଠାଇବା ପରେ ଅତି ସନ୍ତର୍ପଣରେ ଉଠାଇ ଥାନାକୁ ନେଇଯାଇ ଥିଲେ।କିଛି ସମୟ ପରେ ଯବାନ ଜଣକ ଫେରି ଗାନ୍ଧୀ ଛକରେ ଲୋକଙ୍କୁ ଦେଖି ବନ୍ଧୁକ ବାବଦରେ ପଚାରିଥିଲେ।ସ୍ଥାନୀୟ ଯୁବକଙ୍କ କହିବା ଅନୁସାରେ ଯବାନ ଜଣକ ନିଶାସକ୍ତ ଜଣା ପଡୁଥିଲେ। ଥାନାରେ ବନ୍ଧୁକ ଥିବା ଖବର ପାଇ ସେ ଥାନାକୁ ଯାଇଥିଲେ ।

Share

Leave a Reply