ଦନ୍ତା ହାତୀର ଗଳିତ ମୃତଦେହ ଠାବ

You are currently viewing ଦନ୍ତା ହାତୀର ଗଳିତ ମୃତଦେହ ଠାବ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡା ବ୍ଲକ ଅନ୍ତର୍ଗତ ଖମାର ରେଞ୍ଜ ବାଲିପଶି ଗାଁ ନିକଟସ୍ଥ ଖସଡ଼ା ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ଗଳିତ ମୃତଦେହ ଠାବ ହୋଇଛି । ଦନ୍ତାହାତୀର ବୟସ ୨୫ବର୍ଷ ହେବ ବୋଲି ବନବିଭାଗ ଅନୁମାନ କରୁଛି । ତେବେ ବାରହା ଶିକାର ପାଇଁ ଜଙ୍ଗଲରେ ବିଛା ଯାଇଥିବା ବାଇଡିଂ ତାର ସଂସ୍ପର୍ଶରେ ଆସି ହାତୀଟିର ମୃତ୍ୟୁ ହୋଇଥିବା ନେଇ ଦେବଗଡ଼ ଡିଏଫ୍ଓ କ୍ଷମା ଷଡଙ୍ଗୀ ସୂଚନା ଦେଇଛନ୍ତି। ତେବେ ଦଶ ବାଆର ଦିନ ତଳୁ ହାତୀର ମୃତ୍ୟୁ ହୋଇଥିବା ବେଳେ ହାତୀଟିର ଦୁଇଟି ଯାକ ଦାନ୍ତ ସୁରକ୍ଷିତ ରହିଛି।  ଡିଏଫ୍ଓଙ୍କ ସମେତ ଖମାର ବନ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।

Share

Leave a Reply