ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ

You are currently viewing ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି, ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ

କଟକ: ବଦଳିବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି। ଏବେ ନୂଆ ବିଚାରପତି ହେବେ ଜଷ୍ଟିସ ଯଶୱନ୍ତ ସିଂ। ଏ ନେଇ ସୁପ୍ରିମକୋର୍ଟ କଲେଜିୟମ ସୁପାରିଶ କରିଛନ୍ତି। ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଭାବେ ଏବେ ଜଷ୍ଟିସ ଯଶୱନ୍ତ ସିଂ କାମ କରୁଛନ୍ତି।

ହାଇକୋର୍ଟର ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧରଙ୍କୁ ମାଡ୍ରାସ ହାଇକୋର୍ଟକୁ ବଦଳି ସୁପାରିଶ କରାଯାଇଛି। ଗତକାଲି ଏହି ସୁପାରିଶ କରିଥିଲେ ସୁପ୍ରିମକୋର୍ଟଙ୍କ କଲେଜିୟମ।

ପ୍ରକାଶ ଯେ ୧୯୬୧ ମସିହା ଫେବ୍ରୁଆରୀ ୨୩ ରେ ରୋହତକରେ ଜନ୍ମଗ୍ରହଣ କରିଥିଲେ ଜଷ୍ଟିସ ଯଶୱନ୍ତ ସିଂ।

Share

Leave a Reply