ଅନୁଗୁଳ: ଜଣେ ନାବାଳିକାକୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ବନ୍ତଳା ଥାନା ଇଲାକା ମାଧପୁର ଗ୍ରାମର ପୁନିତ୍ ସାହୁ(୨୨) ବୋଲି ଜଣାପଡ଼ିଛି। ପୁଲିସ୍ ସୂଚନା ମୁତାବକ, ବନ୍ତଳା ଅଞ୍ଚଳର ଜଣେ ୧୭ ବର୍ଷୀୟା ନାବାଳିକାକୁ ଅଭିଯୁକ୍ତ ପୁନିତ୍ ଭଲ ପାଉଥିଲେ। ନାବାଳିକା ଗତ ମାସରେ ମାମୁ ଘରେ କରଡାଗାଡିଆକୁ ବୁଲିବାକୁ ଆସିଥିଲେ। ଗତ ମେ’ ୯ ତାରିଖ ଦିନ ପୁନିତ୍ ନାବାଳିକାଙ୍କୁ ଧରି ଫେରାର ହୋଇଯାଇଥିଲା। ନାବାଳିକାଙ୍କ ପରିବାର ଲୋକଙ୍କ ପକ୍ଷରୁ ଏନେଇ ସଦର ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଚଳାଇଥିବା ବେଳେ ଶୁକ୍ରବାର ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି।
ନାବାଳିକାକୁ ଅପହରଣ, ଅଭିଯୁକ୍ତ ଗିରଫ
- Post published:June 19, 2021
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
