ଧରମପୁରରେ କୁଶଳେଶ୍ୱର ମହାଦେବଙ୍କ ନୂତନ ମନ୍ଦିରର ଶିଳାନ୍ୟାସ, ଆଗାମୀ ବର୍ଷ ଶିବରାତ୍ରି ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

You are currently viewing ଧରମପୁରରେ କୁଶଳେଶ୍ୱର ମହାଦେବଙ୍କ ନୂତନ ମନ୍ଦିରର ଶିଳାନ୍ୟାସ, ଆଗାମୀ ବର୍ଷ ଶିବରାତ୍ରି ପୂର୍ବରୁ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ

ଅନୁଗୁଳ: ସ୍ଥାନୀୟ ଧରମପୁର ଗ୍ରାମର ଶ୍ରୀ ଶ୍ରୀ ବାବା କୁଶଳେଶ୍ୱରଙ୍କ ନୂତନ ମନ୍ଦିର ନିର୍ମାଣ କାର୍ଯ୍ୟ ଆଜିଠୁ ଆରମ୍ଭ ହୋଇଛି। ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ତାଳଚେର ବ୍ଲକ୍ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଧରମପୁର ସରପଞ୍ଚ, ବ୍ଲକ୍ ଅଧ୍ୟକ୍ଷା, ଅଞ୍ଚଳବାସୀଙ୍କ ନାମ ସଙ୍କୀର୍ତ୍ତନ ସହ ଭବ୍ୟ ପରିବେଶ ଭିତରେ ଏହି କାର୍ଯ୍ୟ ସମାପନ ହୋଇଛି। ୪୯ ଲକ୍ଷ ଟଙ୍କା ବ୍ୟୟରେ ମନ୍ଦିରଟି ନିର୍ମିତ ହେଉଛି। ଏଠାରେ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା।

କାର୍ଯ୍ୟକ୍ରମରେ ତାଳଚେରର ସମସ୍ତ ଜୋନର ଜିଲ୍ଲା ପରିଷଦ, ସମସ୍ତ କାଉନସିଲର, ସମସ୍ତ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ/ସଭ୍ୟା, ପଞ୍ଚାୟତ ସଭାପତି,ସମ୍ପାଦକ, ତାଳଚେର ନିର୍ବାଚନ ମଣ୍ଡଳୀ ଓ ଆଖ ପାଖ ଅଞ୍ଚଳର ସମସ୍ତ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ। ପ୍ରକାଶ ଯେ ଆଗାମୀ ବର୍ଷ ଶିବରାତ୍ରି ପୂର୍ବରୁ ମନ୍ଦିର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ଜଣାଯାଇଛି।

Share

Leave a Reply