ଅନୁଗୁଳ: ତାଳଚେର ସହରରୁ ହାଣ୍ଡିଧୂଆ ଛକ ଦେଇ ଏଫ୍ସିଆଇ ଯାଇଥିବା ରାସ୍ତାରେ ଆଲୋକ ବ୍ୟବସ୍ଥା ନଥିବାରୁ ଲୋକମାନେ ଯାତାୟାତ କରିବାରେ ନାହିଁନଥୁବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନ୍ଧାରର ସୁଯୋଗ ନେଇ ବିଭିନ୍ନ ସମୟରେ ଲୁଟେରାମାନେ ବାଇକ୍ ଆରୋହୀମାନଙ୍କ ଠାରୁ ଟଙ୍କା, ସୁନାଗହଣା ଲୁଟିବା ସହ ଅନେକ ଅସାମାଜିକ କାର୍ଯ୍ୟ କରୁଥିବାର ନଜିର ରହିଛି। ଏହି ରାସ୍ତା ଦେଇ ପ୍ରତ୍ୟହ ଶତାଧିକ ଲୋକ ତାଳଚେରରୁ ଅନୁଗୁଳକୁ ଆତଯାତ କରିଥାନ୍ତି । ସଂଧ୍ୟା ହେଲେ ରାସ୍ତାଟି ଅନ୍ଧାରମୟ ହୋଇପଡ଼ୁଥିବାରୁ ଲୋକମାନେ ଯାତାୟାତ କରିବାକୁ ନିରାପଦ ମଣୁନାହାଁନ୍ତି । ରାସ୍ତାକୁ ଆଲୋକୀକରଣ କରାଗଲେ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ଼, ତେଣ୍ଡୁଲେଇ, ଏଫ୍ସିଆଇ ଓ ବିକ୍ରମପୁର ହାଉସିଂ ବୋର୍ଡ ସମେତ ଘଣ୍ଟପଡ଼ା ଅଧିବାସୀ ମଧ୍ୟ ଉପକୃତ ହୋଇପାରିବେ । ଏମ୍ସିଏଲ, ଏନଟିପିସି ସାମାଜିକ ଦାୟିତ୍ଵ ବୋଧ କାର୍ଯ୍ୟକ୍ରମ କିମ୍ବା ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟୟ ବରାଦ କରାଯାଇ ହାଣ୍ଡିଧୂଆ ଛକ ଠାରୁ ଏଫ୍ସିଆଇ ପର୍ଯ୍ୟନ୍ତ ଆଲୋକୀକରଣ କରିବାକୁ ଦାବି ହୋଇଛି।
1
f600b249-5c54-442c-a949-d6bc81000fab