ଅନୁଗୁଳ : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରଙ୍ଗ ପୀଠରେ ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଛି। ସକାଳୁ ଯଥାବିଧି ପୂଜାର୍ଚ୍ଚନା ପରେ ଦିନ ୨ ଟାରେ ଢୋଲ, ନିଶାଣ, ଘଣ୍ଟି, ଛତି, ତରାସ ସହ ଏକ ବିରାଟ ପଟୁଆରରେ ମା’ଙ୍କ ଆଗମନ ପରଙ୍ଗ ଗ୍ରାମରୁ ଠାକୁରାଣୀ ପୀଠକୁ ହୋଇଥିଲା। ଏହି ଯାତ୍ରାରେ ବେଢା ଭିତରେ ଅଧିଆ ପଡ଼ିଥିବା ଭକ୍ତ ଆଶୀର୍ବାଦ ଲାଭ କରିଥିଲେ। ଏ ଅବସରରେ ଗ୍ରାମ କମିଟି ପକ୍ଷରୁ ଭକ୍ତଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା। ଯାତ୍ରାରେ ହଜାର ହଜାର ଭକ୍ତ ମା’ଙ୍କ ଦର୍ଶନ କରିବା ସହ ପ୍ରସାଦ ସେବନ କରିଥିଲେ। ପରଙ୍ଗ ଗ୍ରାମ କମିଟି ପକ୍ଷରୁ ଏହି ଯାତ୍ରା ଆୟୋଜିତ ହୋଇଥିଲା।
ମା’ ପିତାବଳୀ ଠାକୁରାଣୀଙ୍କ ଯାତ୍ରାରମ୍ଭ, ଯୋଗ ଦେଲେ ହଜାର ହଜାର ଭକ୍ତ
- Post published:September 5, 2024
- Post category:କଳା ଓ ସଂସ୍କୃତି
- Post comments:0 Comments
- Post author:Sanjeeb Biswal

Tags: Angul