ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ପୁଲିସ ବୁଧବାର ଅପରାହ୍ନରେ ଜଣେ ଡିଜେଲ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି। ସୂଚନା ଅନୁଯାୟୀ, କଣିହାଁ ଥାନା ଅନ୍ତର୍ଗତ ହରିଚନ୍ଦନପୁର ଗାଁର ଧରଣୀଧର ସାହୁ(୫୧) ଏକ କାରରେ ୩୯୦ ଲିଟର ଚେରା ଡିଜେଲ ନେଇ କୋଶଳା ବଜାରକୁ ଆଣୁଥିବା ବେଳେ ପାଟ୍ରୋଲିଂ କରୁଥିବା ପୁଲିସ ତାଙ୍କୁ କାବୁକରିଥିଲା। ଏ ନେଇ ଏକ ମାମଲା ରୁଜୁକରି ପୁଲିସ ଅଭିଯୁକ୍ତ ଧରଣୀଙ୍କୁ ଗିରଫକରି ଗୁରୁବାର କୋର୍ଟ ଚାଲାଣ କରିଛି।
