ଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା

You are currently viewing ଶୈଳ ଶ୍ରୀକ୍ଷେତ୍ରରେ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ, ଦୁଇ ଦିନ ଧରି ପ୍ରଦର୍ଶିତ ହେବ ଓଡ଼ିଶା ଚାରୁକଳା

ଅନୁଗୁଳ: ଅନୁଗୁଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆୟୋଜିତ ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀକୁ ଆଜି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଉଦଘାଟନ କରିଛନ୍ତି। ଏହି ପ୍ରଦର୍ଶନୀରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ବାରା ସଂଗୃହୀତ ବହୁ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଚିତ୍ରକଳାଗୁଡିକୁ ପ୍ରଦର୍ଶିତ କରାଯାଇଛି। ପ୍ରଦର୍ଶନୀ ମାଧ୍ୟମରେ ଓଡ଼ିଶା ଚାରୁକଳାର ବହୁଳ ପ୍ରଚାର ଓ ପ୍ରସାର କରାଯିବ। ଏହି
ପ୍ରଦର୍ଶନୀ ଚଳିତ ମାସ ୨୨ ତାରିଖରୁ ୨୪ ତାରିଖ ପର୍ଯ୍ୟନ୍ତ ପ୍ରଦର୍ଶିତ ହେବ। ଏହି ପ୍ରଦର୍ଶନୀରେ ବହୁ କଳାକାର, ଜନସାଧାରଣ ଓ ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

Share

Leave a Reply