ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅନୁଗୁଳ ପୋଲିସ ଛାଟ୍: ଦୁଇ ଦିନରେ ୧୩,୭୧,୫୦୦ ଟଙ୍କାର ଫାଇନ ଆଦାୟ

You are currently viewing ଟ୍ରାଫିକ ନିୟମ ଉଲ୍ଲଂଘନକାରୀଙ୍କୁ ଅନୁଗୁଳ ପୋଲିସ ଛାଟ୍: ଦୁଇ ଦିନରେ ୧୩,୭୧,୫୦୦ ଟଙ୍କାର ଫାଇନ ଆଦାୟ

ଅନୁଗୁଳ: ଗଜଲକ୍ଷ୍ମୀ ପୂଜା ବେଳେ ଟ୍ରାଫିକ ନିୟମ ଭାଙ୍ଗି ବେପରୁଆ ଗାଡ଼ି ଚାଳନା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ଧରିଛି ଅନୁଗୁଳ ପୋଲିସ ଏନଫୋର୍ସମେଣ୍ଟ ଟିମ୍। ସେମାନଙ୍କ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରାଯାଇଛି। ଏହି ଚେକିଂ ବେଳେ ବାଇକରେ ତିନି ଜଣ ବସି ଯାଉଥିବା ଲୋକ ଏବଂ ମଦ୍ୟପାନ କରି ଗାଡି ଚଳାଉଥିବା ବ୍ୟକ୍ତିଙ୍କ ଠାରୁ ମଧ୍ୟ ତଣ୍ଡ ଆଦାୟ କରାଯାଇଥିବା ଜଣାଯାଇଛି।

ଅନୁଗୁଳ ଜିଲ୍ଲା ପୋଲିସ ଏନଫୋର୍ସମେଣ୍ଟ ଟିମ୍ ମୋଟ ୧୩, ୭୧, ୫୦୦ ଟଙ୍କା ଫାଇନ ଆଦାୟ କରିଛି। ଟ୍ରିପଲ ରାଇଡିଙ୍ଗ ବା ତିନି ଜଣିଆ ବାଇକ ଯାତ୍ରା କରୁଥିବା ୧୯୬ ଜଣଙ୍କ ଠାରୁ ଫାଇନ ଆଦାୟ କରାଯାଇଥିବା ବେଳେ ୯୩ ଜଣ ମଦ ପିଇ ଗାଡି ଚଳାଇ ଧରା ପଡ଼ିଛନ୍ତି, ସେହି ଭଳି ଭୁଲ ଜାଗାରେ ପାର୍କିଙ୍ଗ କରି ୭୭ ଜଣ ତଣ୍ଡ ଗଣିଛନ୍ତି। ଗତ ଦୁଇ ଦିନ ମଧ୍ୟରେ ଏହି ଜରିମାନା ଆଦାୟ କରାଯାଇଛି।

ତେବେ ଆଗକୁ ଜିଲ୍ଲାରେ ଗାଡ଼ି ଚେକିଂ କଡ଼ାକଡ଼ି କରାଯିବ। ଏଣୁ ନିୟମ ମାନିବାକୁ ଜିଲ୍ଲାବାସୀଙ୍କୁ ସତର୍କ କରିଛି ଜିଲ୍ଲା ପୋଲିସ ବିଭାଗ।

Share

Leave a Reply