ଅନୁଗୁଳ: ମୃତ୍ତିକା ପ୍ରାଣୀ ଓ ଉଭିଦ ଭଳି ଜୀବନ୍ତ ଅଟେ। ସଂପ୍ରତି ମୃତ୍ତିକା ବହୁଳଭାବେ କ୍ଷୟ ହେବା ସହ ପ୍ରଦୂଷିତ ହେବା ମଣିଷ ସମାଜ ପାଇଁ ଏକ ଆହ୍ୱାନ ଅଟେ। ମୃତ୍ତିକା ସହିତ ଜୀବଜଗତ ଓ ଉଦ୍ଭଦ ଜଗତର ସମ୍ପର୍କ ନିବିଡ଼ ଅଟେ। ଏହାର ସଂରକ୍ଷଣ କ୍ଷେତ୍ରରେ ଜନ ସହଯୋଗ ଏକାନ୍ତ ଅପରିହାର୍ଯ୍ୟ ବୋଲି ଏକ ସଚେତନ ସଭାରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ବିଶ୍ଵ ମୃତ୍ତିକା ଦିବସ ପାଳନ ଅବସରରେ ବଅଁରପାଳ ବ୍ଲକ ଅନ୍ତର୍ଗତ କାଉଁଶିତଇଳାଠାରେ ଏକ ସଚେତନତା ସଭାର ଆୟୋଜନ କରାଯାଇଥିଲା। ପ୍ରକୃତି ପରିବେଶ ଓ ବନ୍ୟଜୀବନ ସମିତି(ନିୟୁଜ) ଓ କାଉଁଶିତଇଲା ବନ ସୁରକ୍ଷା ସମିତି ମିଳିତ ସହଯୋଗରେ ଅନୁଷ୍ଠିତ ସଭାରେ ଜିଲ୍ଲା କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ପ୍ରଦୀପ କୁମାର ନନ୍ଦ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସାମାଜିକ କର୍ମୀ ଅଶୋକ କୁମାର ଶତପଥୀ, ଜଙ୍ଗଲପ୍ରେମୀ ଧ୍ରୁବ ଚରଣ ଦେହୁରୀ, ପରିବେଶପ୍ରେମୀ ତଥା ନାରୀ ନେତ୍ରୀ ସୁବର୍ଣ୍ଣ ଦେହୁରୀ ପ୍ରମୁଖ ଜଙ୍ଗଲ ସୁରକ୍ଷା, ଜଳ ସଂରକ୍ଷଣ ଏବଂ ମୃତ୍ତିକା ସୁରକ୍ଷା ଉପରେ ନିଜର ଅଭିଜ୍ଞତା ପ୍ରକାଶ କରିଥିଲେ । ସମିତିର ସମ୍ପାଦକ ପ୍ରସନ୍ନ ବେହେରା ଗ୍ରାମ ସ୍ତରରେ ଗଠିତ ସରକାରୀ, ବେସରକାରୀ ଓ ଗ୍ରାମ୍ୟ ଗୋଷ୍ଠୀ ଅନୁଷ୍ଠାନଗୁଡ଼ିକ ସତର୍କତା ସହିତ ପ୍ରକୃତି, ଜଙ୍ଗଲ, ଜଳ ଓ ମୁଭିକା ସୁରକ୍ଷା କ୍ଷେତ୍ରରେ ଯତ୍ନବାନ ହେବାକୁ ଅନୁରୋଧ କରିଥିଲେ କାର୍ଯ୍ୟକ୍ରମକୁ ସମିତିର ସଂଯୋଜକ ସୁବ୍ରତ ପ୍ରଧାନ ପରିଚାଳନା କରିଥିଲେ। ବନ ସୁରକ୍ଷା ସମିତି ସଭାପତି ସଂଗ୍ରାମ ଦେହୁରୀ ସ୍ଵାଗତ ଭାଷଣ ଦେଇଥିବା ବେଳେ ପ୍ରିୟବ୍ରତ ବେହେରା ଧନ୍ୟବାଦ ଦେଇଥିଲେ।
‘ମୃତ୍ତିକା ସଂରକ୍ଷଣ ପାଇଁ ସହଯୋଗ ଅପରିହାର୍ଯ୍ୟ’
- Post published:December 6, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
