ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ପିଙ୍ଗୁଆ ଗ୍ରାମ ଦେଇ ତାଳଚେର ଅଞ୍ଚଳର କୋଇଲା ଖଣିରେ ଆସ୍ ପାଇପ ଲାଇନ୍ ଫାଟି ଯାଇଛି। ଫଳରେ ଚାଷ ଜମିରେ ଏହି ପାଉଁଶ ମାଡ଼ିଯାଇଛି।
ସୂଚନାଯୋଗ୍ୟ ଯେ ବୁଧବାର ସକାଳେ ପିଙ୍ଗୁଆ ଗ୍ରାମ ଦେଇ ଯାଇଥିବା ନାଲକୋ ଆସ ପାଇପ ଲାଇନ କୌଣସି କାରଣରୁ ଫାଟି ଯାଇଥିଲା। ଜୋରରେ ଶବ୍ଦ କରି ପାଇପରୁ ପାଉଁଶ ପାଣି ବାହାରିଥିଲା। ପାଉଁଶ ଓ ପାଣିର ପ୍ରେସର୍ ଏତେରେ ଥିଲା ଯେ କିଛି ସମୟ ମଧ୍ୟରେ ସେଠାରେ ଥିବା ପାଞ୍ଚ-ଛଅଟି କୃଷି ଜମିରେ ବ୍ୟାପି ଯାଇଥିଲା।
ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ଦୀର୍ଘଦିନ ହେଲା ଏହି ଜାଗାରୁ ପାଇପ ଫାଟି ପାଉଁଶ ପାଣି ବାହାରୁଥିବା ବେଳେ ନାଲକୋ କିମ୍ବା ନାଲକୋ ଠାରୁ ଟେଣ୍ଡର ନେଇଥିବା ଠିକା ସଂସ୍ଥା ଏହାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଗ୍ରାମବାସୀ ନିତ୍ଯ ବ୍ୟବହାର କରୁଥିବା ପୋଖରୀ ମଧ୍ୟ ସମ୍ପୂର୍ଣ୍ଣ ପାଉଁଶ ହୋଇଯିବାରୁ ସେଠାରେ ଏବେ ଗାଧୋଇବା କିମ୍ବା ଗୋରୁ ଗାଈମାନେ ପାଣି ପାଇବା ସମ୍ଭବ ହେଉନାହିଁ ନୁହେଁ। ଖରାଦିନେ ଏ ସମସ୍ୟା ଆହୁରି ଉତ୍କଟ ହେଉଛି। ନାଲକୋ ଏବଂ କାମ ପାଇଥିବା ଠିକା ସଂସ୍ଥାଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁ ସାଧାରଣ ଲୋକ ହଇରାଣ ହେଉଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି।